/odishatv-khabar/media/post_attachments/uploadimage/library/16_9/16_9_0/flight-1_1625046414.jpg)
flight
- ଅନ୍ତର୍ଜାତୀୟ ବିମାନ ଉପରେ ବ୍ୟାନ୍ ଜାରି ରହିଛି
- ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା କଟକଣା
- କୋଭିଡ-୧୯ ପାଇଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ କଟକଣା
- କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ
- DGCA ଅନୁମତି ନେଇ ସ୍ୱତନ୍ତ୍ର ଭାବେ ବିମାନ ଯାତ୍ରା କରିପାରିବ
ନୂଆଦିଲ୍ଲୀ : ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା । ଭାରତରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ପୁଣି ଏକ ମାସ ପାଇଁ ବୃଦ୍ଧି କରାଯାଇଛି । ଏହି ପ୍ରତିବନ୍ଧକ ବର୍ତ୍ତମାନ ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ । ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଥମିଥିଲେ ସୁଦ୍ଧା ବିପଦ ଟପିନି । ଫଳରେ ଏପରି ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ତଥାପି କେତେକ ଦେଶକୁ ସମସ୍ତ ସର୍ତ୍ତ ସହିତ ସ୍ୱତନ୍ତ୍ର ଭାବେ ବିମାନ ଯାତ୍ରା କରିପାରିବ ଯାତ୍ରୀ । ଏପରି ସ୍ଥିତିରେ ଆଜି ଅନୁମତି ପ୍ରଦାନ କରାଗଲେ , ବିମାନ ଶିଳ୍ପକୁ ବଡ଼ ଆଶ୍ୱସ୍ତି ମିଳିବ ।
କୋଭିଡ -19 ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତ ବର୍ଷ ମାର୍ଚ୍ଚ ୨୩ରୁ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେବେ ସଂକ୍ରମଣ ସାମାନ୍ୟ କମିବା ପରେ ମେ ୨୫ରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । କିନ୍ତୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଜାରି ରହିଥିଲା । ତେବେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର ବନ୍ଦେ ଭାରତ ମିଶନ ଚଳାଇଥିଲେ କେନ୍ଦ୍ର ସରକାର ।
Restrictions on scheduled international passenger flights to/from India extended till July 31st, 2021: Directorate General of Civil Aviation (DGCA) pic.twitter.com/tYCv5P80Oi
— ANI (@ANI) June 30, 2021
ଅନ୍ୟପଟେ ବାୟୋ ବବଲ୍ ଅଧୀନରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଚାଲୁ ରହିଛି । ସାଉଦି ଆରବ, ଦୁବାଇ, ମରିସସ୍, ୟୁକ୍ରେନ, ସ୍ୱିଜରଲ୍ୟାଣ୍ଡ ଏବଂ ଆଉ କିଛି ଦେଶକୁ ସର୍ତ୍ତ ସହିତ ଯାତ୍ରା କରିପାରିବେ ଯାତ୍ରୀ । ଚଳିତ ମାସ ଆରମ୍ଭରେ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉପରେ ନିଷେଧାଦେଶ ଜାରି କରିବାକୁ ଘୋଷଣା କରିଥିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ।
ଗତ ବର୍ଷରେ ଦେଶବ୍ୟାପୀ ତାଲାବନ୍ଦ କାରଣରୁ ବିପୁଳ କ୍ଷତି ସହିଥିଲା ଭାରତୀୟ ବିମାନ ଶିଳ୍ପ, ଯାହା ବର୍ତ୍ତମାନ ସୁଦ୍ଧା ଟ୍ରାକକୁ ଫେରିପାରିନି । ଏହାରି ଭିତରେ ଏପ୍ରିଲରେ ମହାମାରୀର ଦ୍ୱିତୀୟ ଲହରୀ ଆସିବା ପରେ ଦେଶବାସୀଙ୍କୁ ଝଟକା ଲାଗିଥିଲା । ହୁ ହୁ ବଢ଼ିଥିଲା ସଂକ୍ରମିତଙ୍କ ସଂଖ୍ୟା । ଫଳରେ ସାରା ଦେଶରେ ବିମାନ ଚଳାଚଳ ହ୍ରାସ ପାଇଥିଲା, ବିଶେଷ କରି ଅନ୍ୟ ଦେଶକୁ ଭାରତରୁ ବିମାନ ଉଡ଼ାଣ ବାତିଲ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)