Advertisment

ଦୀପାବଳି ପୂର୍ବରୁ କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି Domestic futures marketରେ ସୁନା ଓ ରୂପା ଦର ପାଇଥିବା ହ୍ରାସ ଦେଖିବାକୁ ମିଳିଛି। ସକାଳେ MCXରେ କାରବାର ୦.୭୨% ହ୍ରାସ ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୨୨୬ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୨.୧୦% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୧,୩୬୮ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଦୀପାବଳି ପୂର୍ବରୁ କମିଲା ସୁନା, ରୂପା ଦର

gold price

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି Domestic futures marketରେ ସୁନା ଓ ରୂପା ଦର ପାଇଥିବା ହ୍ରାସ ଦେଖିବାକୁ ମିଳିଛି। ସକାଳେ MCXରେ କାରବାର ୦.୭୨% ହ୍ରାସ ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୨୨୬ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୨.୧୦% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୧,୩୬୮ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା।

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୦,୯୦୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୧, ୨୦୦ଟଙ୍କା ରହିଛି।

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହା ପୂର୍ବରୁ ଧନ୍‌ତେରସ୍ ପଡ଼ିବ। ବିଶ୍ୱାସ ରହିଛି, ଧନ୍‌ତେରସ୍‌ରେ ସୁନା କିଣିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ସୁଖଶାନ୍ତି ବଢେ। ସେଥିଲାଗି ସୁନା ଅଳଙ୍କାର କିଣିବା ଲାଗି ଗହଣା ଦୋକାନରେ ଭିଡ଼ ଲାଗେ। ଏହି ସମୟରେ ଗ୍ରାହକଙ୍କୁ ଆତ୍କୃଷ୍ଟ କରିବା ଲାଗି ଦୋକାନୀମାନେ ବିଭିନ୍ନ ଅଫର୍‌ ଦେଉଥିବା ବେଳେ ସୁନା, ରୂପା ଦରରେ ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଥାଏ। ତେଣୁ ଆଶା କରାଯାଉଛି ଯେ, ଏହି ସମୟରେ ସୁନା, ରୂପ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। 

Advertisment
Gold Price Gold Price Latest Update
Advertisment
Advertisment