/odishatv-khabar/media/post_attachments/uploadimage/library/16_9/16_9_0/bbsr-67_1626758253.jpg)
congress
ନୂଆଦିଲ୍ଲୀ: ଗୋଆରେ ସରକାର ଗଠନ କରିବା ଲାଗି କଂଗ୍ରେସ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କରିଛି। ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଚିଠି ଲେଖାଯାଇଛି। ବିଜେପି ସରକାର ଏବେ ବହୁମତ ହରାଇଥିବା ଅଭିଯୋଗ କରି ତାକୁ ବରଖାସ୍ତ କରିବା ସହିତ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ କଂଗ୍ରେସକୁ ସରକାର ଗଠନ ଲାଗି ସୁଯୋଗ ଦେବାକୁ ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କଭଲେକର ଦାବି କରିଛନ୍ତି।
ଯଦି ରାଜ୍ୟରେ ରାଷ୍ଟ୍ରପତି ଶାସନ କରିବା ପାଇଁ ଯୋଜନା ହୁଏ, ତାହା ସଂପୂର୍ଣ୍ଣ ବେଆଇନ ହେବ ଓ ଏହାକୁ ଚ୍ୟାଲେଞ୍ଜ କରାଯିବ ବୋଲି କୁହାଯାଇଛି। ବିଜେପି ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ଫ୍ରାନସିସ୍ ଡି ସୌଜାଙ୍କ ମୃତ୍ୟୁ ପରେ ଗୋଆରେ ବିଜେପି ବିଧାୟକ ସଂଖ୍ୟା ୧୩କୁ ଖସି ଆସିଛି। ଏଠାରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରକୁ ସମର୍ଥନ କରୁଛନ୍ତି। ଗୋଆ ଫରଓ୍ୱାର୍ଡ ଓ ମହାରାଷ୍ଟ୍ରଓ୍ୱାଦୀ ଗୋମନ୍ତକ ପାର୍ଟିର ୩ ଜଣ ଲେଖାଏ ବିଧାୟକ ଏନ୍ସିପିର ଜଣେ ଓ ୨ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୪ ରହିଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଏବେ ୩ଟି ସିଟ୍ ଖାଲି ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)