Advertisment

କମିଲା ଫାବି ଫ୍ଲୁ ମେଡିସିନ୍ ଦର

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟ ହ୍ରାସ କରାଯାଇଛି। କମ୍ପାନୀ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟରେ ୨୭ ପ୍ରତିଶତ କମାଇ ଦିଆଯାଇଛି। ପୂର୍ବରୁ ଗୋଟିଏ ଟାବ୍ଲେଟର ଦାମ୍ ୧୦୩ ଟଙ୍କା ଥିବା ବେଳେ ଏବେ ଏହା ୭୫ ଟଙ୍କାକୁ କମି ଆସିଛି। ଏହି ମେଡିସିନକୁ କରୋନାର ସାମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଦିଆଯାଇଥାଏ। ଫାବିପିରାବିର ବର୍ଗର ଏହି ଫାବି ଫ୍ଲୁ କ୍ଲିନିକାଲ୍ ଟ୍ରାଏଲରେ ସଫଳ […]

author-image
Ranjeet Kumar Jena
କମିଲା ଫାବି ଫ୍ଲୁ ମେଡିସିନ୍ ଦର

fabi-flu

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟ ହ୍ରାସ କରାଯାଇଛି। କମ୍ପାନୀ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟରେ ୨୭ ପ୍ରତିଶତ କମାଇ ଦିଆଯାଇଛି। ପୂର୍ବରୁ ଗୋଟିଏ ଟାବ୍ଲେଟର ଦାମ୍ ୧୦୩ ଟଙ୍କା ଥିବା ବେଳେ ଏବେ ଏହା ୭୫ ଟଙ୍କାକୁ କମି ଆସିଛି।

Advertisment

ଏହି ମେଡିସିନକୁ କରୋନାର ସାମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଦିଆଯାଇଥାଏ। ଫାବିପିରାବିର ବର୍ଗର ଏହି ଫାବି ଫ୍ଲୁ କ୍ଲିନିକାଲ୍ ଟ୍ରାଏଲରେ ସଫଳ ହେବା ପରେ ଉତ୍ପାଦନ ଓ ବିକ୍ରି ପାଇଁ ଗ୍ଲେନମାର୍କକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ସବୁଜ ସଂକେତ ଦେଇଛି।

ପୂର୍ବରୁ ଫାଭିପିରାବିର ଔଷଧ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ବାହାରୁ ଆସୁଥିଲା। ଏବେ ଆଗକୁ ଅଧିକ ତିଆରି ହେବ ବୋଲି ଜଣାପଡ଼ିବା ପରେ କମ୍ପାନୀ ଦେଶରେ କିଛି କମ୍ପାନୀ ସହିତ ମିଶି କଞ୍ଚାମାଲ ତିଆରି କରୁଛି। ତେଣୁ ଟାବ୍ଲେଟର ଦାମ କମିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment
Advertisment
Advertisment