Advertisment

ଆଶା ବଢ଼ାଇଲା ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍!

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମେଡିସିନ୍ ପ୍ରସ୍ତୁତକାରୀ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ବଡ଼ ଖୁସିର ଖବର ମିଳିଛି। କରୋନାର ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍ ସକାରାତ୍ମକ ପ୍ରଭାବ ପକାଉଥିବା ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦାବି କରିଛି। କମ୍ପାନୀ କହିଛି, ତୃତୀୟ ପର୍ଯ୍ୟାୟ କ୍ଲିନିନାଲ୍ ଟ୍ରାଏଲରେ ଦେଶର ୭ଟି କ୍ଲିନିକରେ ୧୫୦ଜଣ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି ଏବଂ ଏଥିରେ ସଫଳତା ମଧ୍ୟ ମିଳିଛି। ୧୫୦ ଜଣ […]

author-image
Ranjeet Kumar Jena
ଆଶା ବଢ଼ାଇଲା ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍!

fabi-flu

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମେଡିସିନ୍ ପ୍ରସ୍ତୁତକାରୀ କମ୍ପାନୀ ଗ୍ଲେନମାର୍କ ପକ୍ଷରୁ ବଡ଼ ଖୁସିର ଖବର ମିଳିଛି। କରୋନାର ସାମାନ୍ୟ ଓ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଫାବିପିରାବିର ଆଣ୍ଟି ଫ୍ଲ୍ୟୁ ମେଡିସିନ୍ ସକାରାତ୍ମକ ପ୍ରଭାବ ପକାଉଥିବା ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦାବି କରିଛି।

Advertisment

କମ୍ପାନୀ କହିଛି, ତୃତୀୟ ପର୍ଯ୍ୟାୟ କ୍ଲିନିନାଲ୍ ଟ୍ରାଏଲରେ ଦେଶର ୭ଟି କ୍ଲିନିକରେ ୧୫୦ଜଣ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି ଏବଂ ଏଥିରେ ସଫଳତା ମଧ୍ୟ ମିଳିଛି। ୧୫୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୯୦ ଜଣ ସାମାନ୍ୟ ଓ ୬୦ ଜଣ ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତ ରହିଥିଲେ ବୋଲି ଗ୍ଲେନମାର୍କ କହିଛି।

ଗ୍ଲେନମାର୍କ କମ୍ପାନୀ ଆହୁରି ପକ୍ଷରୁ କୁହାଯାଇଛି, ଯେଉଁ ରୋଗୀଙ୍କୁ ଫାବିଫ୍ଲୁ ମେଡିସିନ୍ ଦିଆଯାଉଛି, ସେମାନେ ସାମାନ୍ୟ ମେଡିସିନ୍ ନେଉଥିବା ରୋଗୀଙ୍କ ତୁଳନାରେ ୨୯ ପ୍ରତିଶତ ଅଧିକ ଦ୍ରୁତରେ ସୁସ୍ଥ ହେଉଛନ୍ତି। ଏଥିରେ ୭୦ ପ୍ରତିଶତ ରୋଗୀ ଚାରିଦିନର 'କ୍ଲିନିକାଲ୍ ଟ୍ରିଟମେଣ୍ଟ'ରେ ସୁସ୍ଥ ହୋଇଛନ୍ତି।

Advertisment

ସେହିପରି ଫାଭିପିରଭିର ଖାଉଥିବା ଆକ୍ରାନ୍ତଙ୍କ ଶରୀରରୁ ଭାଇରାଲ ରୋଗ ମଧ୍ୟ ଶୀଘ୍ର ଦୂରେଇ ଯାଉଛି, ଯାହାକି ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହା ସ୍ପଷ୍ଟ ହୋଇଛି। ଗ୍ଲେନମାର୍କର ଫାଭିପିରାବିର କ୍ଲିନିକାଲ ଟ୍ରାଏଲରେ ସାମିଲ ହୋଇଥିବା ଆକ୍ରାନ୍ତଙ୍କୁ ସାଧାରଣ ଚିକିତ୍ସା ସହ ୧୪ ଦିନ ଯାଏ ଫାଭିପିରାବିର ଟ୍ୟାବଲେଟ୍‌ ଦିଆଯାଇଥିଲା।

ଏହା ପୂର୍ବରୁ ଦେଶର ଡ୍ରଗ୍ ରେଗୁଲେଟର୍ ଡିସିଜିଆଇ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଠାରୁ କରୋନା ରୋଗୀଙ୍କ ଉପରେ ଫ୍ଲାବିଫ୍ଲୁର ପ୍ରଭାବକୁ ନେଇ ସ୍ପଷ୍ଟୀକରଣ ମାଗିଥିଲା। ଏପରିକି ମେଡିସିନର ମୂଲ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଯାହା ପରେ କମ୍ପାନୀ ଫାବି ଫ୍ଲୁ ମେଡିସିନ ଦର ୨୭ ପ୍ରତିଶତ ହ୍ରାସ କରିଥିଲା। ପୂର୍ବରୁ ଗୋଟିଏ ଟାବ୍ଲେଟର ଦାମ୍ ୧୦୩ ଟଙ୍କା ଥିବା ବେଳେ ଏବେ ଏହା ୭୫ ଟଙ୍କାକୁ କମିଆସିଛି। ଏହି ମେଡିସିନକୁ କରୋନାର ସାମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଦିଆଯାଇଥାଏ।

Advertisment
Advertisment