/odishatv-khabar/media/post_attachments/uploadimage/library/16_9/16_9_0/rahul_1626069855.jpg)
rahul
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ସବୁଠାରୁ ଆକ୍ଟିଭ୍ ନେତାଙ୍କ କଥା କହିଲେ ମନକୁ ଆସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦ୍ୱିତୀୟ ରାଜନେତା ଯାହାଙ୍କର ଅଛନ୍ତି ସର୍ବାଧିକ ଫଲୋଅର।
ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍ଲୋଡ୍ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ସୋଶାଲ ମିଡିଆରୁ ବିଶ୍ରାମ ନେବେ ବୋଲି ଘୋଷଣା କରି ଏକ ପ୍ରକାର ଚହଳ ସୃଷ୍ଟି କରି ଦେଇଛନ୍ତି। ଏହାକୁ ନେଇ ସୋଶାଲ ମିଡିଆରେ ଟ୍ୱିଟ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ ଆକାଉଣ୍ଟରୁ ବିଶ୍ରାମ ନେବାକୁ ଚିନ୍ତା କରୁଛି। ଆଗକୁ କ’ଣ ହେବ ଆପଣମାନଙ୍କୁ ସୂଚନା ଦେବି।’ ଏହି ଟ୍ୱିଟ୍ ପୋଷ୍ଟ କରିବା ପରେ ଯେମିତି ଲାଇକ୍ର ବର୍ଷା ହେଉଛି।
ଏହି ଘଟଣାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ ମୋଦିଙ୍କ ଟ୍ୱିଟ୍ର ସ୍କ୍ରିନ୍ ସର୍ଟ ଶେୟାର କରି ଲେଖିଛନ୍ତି ‘ଘୃଣା ଛାଡନ୍ତୁ, ସୋଶାଲ ମିଡିଆ ନୁହେଁ।’
Give up hatred, not social media accounts. pic.twitter.com/HDymHw2VrB
— Rahul Gandhi (@RahulGandhi) March 2, 2020
ତେବେ ରାହୁଲଙ୍କ ଏହି ଟ୍ୱିଟ୍ ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବିପ୍ଳବ କୁମାର ଦେବ ଓଲଟା ଆକ୍ରମଣ କରିଛନ୍ତି। ବିପ୍ଳବ ଦେବ ଟ୍ୱିଟ କରି କହିଛନ୍ତି‘ ତେବେ କ’ଣ ଏହି କାରଣ ପାଇଁ ସୋନିଆ ଗାନ୍ଧିଙ୍କର ଆଜି ଯାଏ କୌଣସି ସୋଶାଲ ମିଡିଆ ଆକାଉଣ୍ଟ ନାହିଁ ?‘
So that's the reason Sonia Gandhi doesn't have any Social Media account? https://t.co/6cRXIBnOG9
— Biplab Kumar Deb (@BjpBiplab) March 2, 2020
ସେହିପରି କଂଗ୍ରେସ ମୁଖ୍ୟ ପ୍ରବକ୍ତା ରଣଦୀପ ସିଂହ ସୁରେଜୱାଲା ମଧ୍ୟ ତାଙ୍କ ଟ୍ୱିଟ୍ ଆକାଉଣ୍ଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ରିଟ୍ୱିଟ କରି କହିଛନ୍ତି ‘ସମ୍ମାନନୀୟ ପ୍ରଧାନମନ୍ତ୍ରୀ,ଆପଣଙ୍କୁ ଅନୁରୋଧ ଆପଣ ଏହି ଟ୍ରୋଲ ଫୌଜଙ୍କୁ ପରାମର୍ଶ ଦିଅନ୍ତୁ ଯେଉଁମାନେ ଆପଣଙ୍କ ନାଁ ନେଇ ଲୋକଙ୍କୁ ବିଭିନ୍ନ ଅପଶବ୍ଦ ପ୍ରୟୋଗ କରି ଧମକ ଦେଉଛନ୍ତି।’
Respected Modi ji,
Earnestly wish you would give this advise to the concerted army of trolls, who abuse-intimidate-badger-threaten others every second in you name!
Sincere Regards,
Citizens of India. https://t.co/hGtf64Fyf9— Randeep Singh Surjewala (@rssurjewala) March 2, 2020
ଅନ୍ୟପକ୍ଷେ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟ୍ୱିଟ୍ କରି ସମାଲୋଚନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୋଶାଲ ମିଡିଆରେ ମୋଦି ଅନେକ ପ୍ରସିଦ୍ଧ ଲୋକଙ୍କୁ ପଛରେ ପକାଇ ସର୍ବାଗ୍ରେ ଅଛନ୍ତି। ମୋଦିଙ୍କୁ ବର୍ତ୍ତମାନ ଫେସବୁକ୍ରେ ୪୪ ମିଲିଅନ୍ ଲୋକ ଅନୁସରଣ କରୁଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଏହି ସଂଖ୍ୟା ୩୫.୨ ମିଲିଅନ୍ ରହିଛି। ଟ୍ୱିଟରରେ ତାଙ୍କୁ ୫୩.୩ ମିଲିଅନ୍ ଲୋକ ଅନୁସରଣ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)