/odishatv-khabar/media/post_attachments/uploadimage/library/16_9/16_9_0/girish-chndara-murmu_1625464145.jpg)
girish-chndara-murmu
ନୂଆଦିଲ୍ଲୀ: ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG ବା କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ। ରାଷ୍ଟ୍ରପତି ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ CAG ଭାବେ ନିଯୁକ୍ତି ଦେଇଥିବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗତକାଲି କାଲି ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ଶ୍ରୀମୁର୍ମୁ। ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା। ଏହା ପରେ ଏହାର ପୁନର୍ଗଠନ ହୋଇଥିଲା ଗତ ବର୍ଷ ଅକ୍ଟୋବର ୩୧ତାରିଖରେ। ଓଡ଼ିଶାର ଗିରୀଶ ମୁର୍ମୁଙ୍କୁ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।
ଚଳିତ ସପ୍ତାହରେ ଭାରତୀୟ ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ରାଜୀବ ମହର୍ଷି ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ ଶ୍ରୀ ମୁର୍ମୁଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୮୫ ବ୍ୟାଚ୍ର ଗୁଜରାଟ କ୍ୟାଡର ଆଇଏଏସ୍ ଅଧିକାରୀ ମୁର୍ମୁ ତାଙ୍କର ପ୍ରଧାନ ସଚିବ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)