/odishatv-khabar/media/post_attachments/uploadimage/library/16_9/16_9_0/newdelhi_1626693703.jpg)
newdelhi
ନୂଆଦିଲ୍ଲୀ: ଦେଶରେ କରୋନ ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ଉତ୍ତରପ୍ରଦେଶ ଗାଜିଆବାଦର ଆପାର୍ଟମେଣ୍ଟରେ ରହୁଥିବା ଏକ ବଡ଼ ସୋସାଇଟି ନୂଆ ନିୟମ କରିଥିବା ଜଣାପଡିଛି। ଏହି ନିୟମ ମୁତାବକ, ଯଦି ଆପାର୍ଟମେଣ୍ଟର ମାଲିକ ବାହାରୁ ଆସୁଥିବା ବ୍ୟକ୍ତିକୁ ନିଜ ଘରେ ରଖିବାକୁ ଜାଗା ଦିଅନ୍ତି, ତେବେ ସେମାନଙ୍କୁ ୧୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଜରିମାନା ଦେଲାପରେ ତାଙ୍କ ଘରର ଲାଇନ୍ ଓ ପାଣି ମଧ୍ୟ ବନ୍ଦ କରାଯିବ। ରାଜନଗର ସମ୍ପ୍ରସାରଣର ରିଭର ହାଇଟ୍ସ ଫେଜ୍-୧ର ବାସିନ୍ଦାମାନଙ୍କୁ ସକାଳେ ଏହି ନୋଟିସ୍ ଦିଆଯାଇଥିଲା। ବର୍ତ୍ତମାନ ଏହି ନୋଟିସ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଦିନକୁ ଦିନ କୋଭିଡ -୧୯ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ହେତୁ ଗତ ୨୦ଦିନ ମଧ୍ୟରେ ରାଜନଗରର ତିନୋଟି ପ୍ରମୁଖ ସୋସାଇଟିକୁ ସିଲ୍ କରାଯାଇଥିଲା। ଯେଉଁମାନେ ଏହି ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଏହି ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ୧୧୦୦୦ ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏହା ସହିତ ବିଦ୍ୟୁତ୍ ଏବଂ ପାଣି ମଧ୍ୟ ବନ୍ଦ କରାଯିବ।
ଏହି ଜରିମାନା ରାଶିକୁ ପିଏମ କେୟାର ପାଣ୍ଠିରେ ଜମା କରାଯିବ। ଜରିମାନା ଜମା କରିବା ପରେ ହିଁ ବିଦ୍ୟୁତ୍ ଏବଂ ପାଣି ପୁନଃ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ଏହା ମଧ୍ୟ ନୋଟିସରେ ଲେଖାଯାଇଛି ଯେ ସମସ୍ତ ବାସିନ୍ଦା ଶିକ୍ଷିତ, ତେଣୁ ଏପରି କିଛି କରନ୍ତୁ ନାହିଁ, ଯାହାଦ୍ୱାରା ସୋସାଇଟିକୁ ସିଲ୍ କରିବାକୁ ପଡିବ। ଏହି ସୂଚନା ପାଇବା ପରେ ସମସ୍ତଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି। ସେଠାକାର ବାସିନ୍ଦାଙ୍କ କହିବା ଅନୁଯାୟୀ , ସେମାନଙ୍କ ମନରେ ଭୟ ଓ ଅଶାନ୍ତି ସୃଷ୍ଟି ପାଇଁ ଏପରି କରାଯାଇଛି। ଆମେ ସମସ୍ତେ ଜାଣୁ ଯେ ବାହାର ଲୋକଙ୍କ ପ୍ରବେଶ ନିଷେଧ, କିନ୍ତୁ ଏଭଳି ନିୟମ କରିବା ଅନୁଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)