Advertisment

ହାଥରସ ମାମଲା: ପୀଡ଼ିତ ପରିବାରକୁ ଭେଟିବା ପରେ କ'ଣ କହିଲେ ରାହୁଲ ?

ନୂଆଦିଲ୍ଲୀ: ବହୁ ସଂଘର୍ଷ ପରେ କଂଗ୍ରେସ ସାଂସଦ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ହଥାରସ ପୀଡ଼ିତାଙ୍କ ପରିବାକୁ ଭେଟିବାକୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର। ୩ ଦଳୀୟ କର୍ମୀଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ। ପୀଡ଼ିତ ପରିବାରକୁ ଭେଟିବା ପରେ ରାହୁଲ କହିଥିଲେ “ କୌଣସି ବି ଶକ୍ତି ଆମକୁ ଚୁପ୍ କରାଇପାରିବ ନାହିଁ।” ପରିବାରକୁ ନ୍ୟାୟ  ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ ଉପରେ ଏମିତି ଚାପ ପକାଇବେ […]

author-image
Abinash Pati
ଅଦ୍ୟତନ ହୋଇଛି
ହାଥରସ ମାମଲା: ପୀଡ଼ିତ ପରିବାରକୁ ଭେଟିବା ପରେ କ'ଣ କହିଲେ ରାହୁଲ ?

rahul-gandhi

ନୂଆଦିଲ୍ଲୀ: ବହୁ ସଂଘର୍ଷ ପରେ କଂଗ୍ରେସ ସାଂସଦ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ହଥାରସ ପୀଡ଼ିତାଙ୍କ ପରିବାକୁ ଭେଟିବାକୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର। ୩ ଦଳୀୟ କର୍ମୀଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ସନ୍ଧ୍ୟାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିଲେ।

Advertisment

Image

ପୀଡ଼ିତ ପରିବାରକୁ ଭେଟିବା ପରେ ରାହୁଲ କହିଥିଲେ “ କୌଣସି ବି ଶକ୍ତି ଆମକୁ ଚୁପ୍ କରାଇପାରିବ ନାହିଁ।” ପରିବାରକୁ ନ୍ୟାୟ  ନ ମିଳିବା ପର୍ଯ୍ୟନ୍ତ ସରକାରଙ୍କ ଉପରେ ଏମିତି ଚାପ ପକାଇବେ ବୋଲି ରାହୁଲ୍ ଗଣମାଧ୍ୟମକୁ କହିଥିଲେ। ସେହିପରି ପ୍ରିୟଙ୍କା ମଧ୍ୟ ରାହୁଲଙ୍କ ସ୍ୱରରେ ସ୍ୱର ମିଶାଇ କହିଥିଲେ “ଯେଉଁଠାରେ ବି କୌଣସି ଭୁଲ ଘଟଣା ଘଟୁଛି, ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ସେଠାରେ ନିଶ୍ଚିତ ରହିବୁ।”

Advertisment

ତେବେ ରାହୁଲ ଓ ପ୍ରିୟଙ୍କା ପୀଡ଼ିତ ପରିବାରକୁ ଭେଟିବା ପୂର୍ବରୁ ଅନେକ  ନାଟକ ଦେଖିବାକୁ ମିଳିଥିଲା। କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କରିବା ପୁଣି ପ୍ରିୟଙ୍କା ଆସି ପୋଲିସ କବଳରୁ ସେମାନଙ୍କୁ ରକ୍ଷା କରିବା ଆଦି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଏ ସମ୍ପର୍କରେ ଏଡିଜି ଲବ କୁମାର କହିଥିଲେ ଯେ ରାହୁଲ-ପ୍ରିୟଙ୍କାଙ୍କୁ ମିଶାଇ ଆମେ କେବଳ ୫ ଜଣଙ୍କୁ ଯିବାକୁ ଅନୁମତି ଦେଇଥିଲୁ, କିନ୍ତୁ କଂଗ୍ରେସ କର୍ମୀମାନେ ନମାନିବାରୁ ହାଲ୍‌କା ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ସେ ଆହୁରି ମଧ୍ୟ କହିଥିଲେ ୟୁପି ପୋଲିସ ରାହୁଲ-ପ୍ରିୟଙ୍କାଙ୍କୁ ପୀଡ଼ିତ ପରିବାର ସହିତ ଦେଖା କରିବାକୁ ଅଟକାଇବା ନାହିଁ, ଆଇନ୍‌ ବ୍ୟବସ୍ଥା ପାଇଁ ଟ୍ରାଫିକ୍‌କୁ ରୋକାଯାଇଥିଲା। କିଛି ସମୟ ପରେ ସମସ୍ତ ବ୍ୟାରିୟର ଖୋଲିଦିଆଯିବ ବୋଲି ଏଡିଜି କହିଥିଲେ।

ଏହାପରେ ରାହୁଲ-ପ୍ରିୟଙ୍କା ସହିତ ପୀଡ଼ିତା ପରିବାରକୁ ଭେଟିବା ପାଇଁ କଂଗ୍ରେସ ସାଂସଦ କେସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଓ ପିଏନ୍‌ ପୁନିଆ ହାଥରସ ଯାଇଥିଲେ। ସନ୍ଧ୍ୟାରେ ରାହୁଲ ଓ ପ୍ରିୟଙ୍କା ପରିବାରକୁ ଭେଟିଥିଲେ।

Advertisment
Advertisment