Advertisment

ଆଜି ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ଆଜି ପୁଣି ତୈଳ ଦରରେ ବୃଦ୍ଧି ହୋଇଛି। ଆଜିକୁ ମିଶାଇ ଲଗାତର ୧୪ ଦିନ ହେଲା ତେଲ ଦର ବଢ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ୦.୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ରେ ୦.୬୧ ପଇସା ବୃଦ୍ଧି ହୋଇଛି। ଆଜିର ବର୍ଦ୍ଧିତ ତୈଳ ଦର ଅନୁସାରେ ବର୍ତ୍ତମାନ ଏକ ଲିଟର ପେଟ୍ରୋଲ୍‌ର ମୂଲ୍ୟ ୭୮.୮୮ ଥିବା ବେଳେ ଡିଜେଲ୍‌ ୭୭.୬୭ ଟଙ୍କା ରହିଛି। ଜୁନ୍‌ ୯ ତାରିଖଠାରୁ ଆଜିକୁ ମିଶାଇ ଲଗାତର ୧୪ […]

author-image
Abinash Pati
ଆଜି ପୁଣି ବଢ଼ିଲା ତେଲ ଦର

petroll-hike

ନୂଆଦିଲ୍ଲୀ: ଆଜି ପୁଣି ତୈଳ ଦରରେ ବୃଦ୍ଧି ହୋଇଛି। ଆଜିକୁ ମିଶାଇ ଲଗାତର ୧୪ ଦିନ ହେଲା ତେଲ ଦର ବଢ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ୦.୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ରେ ୦.୬୧ ପଇସା ବୃଦ୍ଧି ହୋଇଛି।

Advertisment

ଆଜିର ବର୍ଦ୍ଧିତ ତୈଳ ଦର ଅନୁସାରେ ବର୍ତ୍ତମାନ ଏକ ଲିଟର ପେଟ୍ରୋଲ୍‌ର ମୂଲ୍ୟ ୭୮.୮୮ ଥିବା ବେଳେ ଡିଜେଲ୍‌ ୭୭.୬୭ ଟଙ୍କା ରହିଛି। ଜୁନ୍‌ ୯ ତାରିଖଠାରୁ ଆଜିକୁ ମିଶାଇ ଲଗାତର ୧୪ ଦିନ ହେଲା ତେଲ ଦର ବଢ଼ିବାରେ ଲାଗିଛି।ଏହି ଦୁଇ ସପ୍ତାହ ଭିତରେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ୭ ଟଙ୍କାରୁ ଅଧିକ ବୃଦ୍ଧି ହେଲାଣି। ତେବେ ବର୍ଦ୍ଧିତ ତୈଳ ଦର ସ୍ଥାନୀୟ ଟ୍ୟାକ୍ସ ମିଶାଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଦରରେ ଉପଲବ୍ଧ ହେବ।

ସେହିଭଳି ଗତକାଲି ବି ତୈଳ ଦରରେ ବୃଦ୍ଧି ହୋଇଥିଲା। ଗତକାଲି ପେଟ୍ରୋଲ୍ ଦରରେ ୫୬ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ ଲିଟର୍ ପ୍ରତି ୬୩ ପଇସା ବୃଦ୍ଧି ହୋଇଥିଲା। ତେବେ ଡିଜେଲ୍‌ ଦର ବୃଦ୍ଧିରେ ସର୍ବକାଳୀନ ରେକର୍ଡ କରିଛି। ପୂର୍ବରୁ କେବେ ଡିଜେଲ୍ ଦର ଏତେ ବଢ଼ିନଥିଲା। ୧୬ ଅକ୍ଟୋବର ୨୦୧୮ରେ ଡିଜେଲ୍‌ ଦର ସର୍ବାଧିକ ୭୫.୬୯ ଟଙ୍କା ହୋଇଥିଲା। ହେଲେ ଆଜିର ଦର ୭୭.୬୭ ଟଙ୍କା ହୋଇଛି।

Advertisment

ଦେଶର କରୋନା ମହାମହାରୀ ଭଳି ପରିସ୍ଥିତିରେ ବ୍ୟବସାୟ ଠପ୍ ହୋଇ ପଡ଼ିଛି। ଚାକିରି ଯାଉଛି। ଏହି ପରିସ୍ଥିତିରେ ବାରମ୍ବାର ବଢୁଥିବା ତେଲ ଦର ସାଧାରଣ ଜନତାଙ୍କ ବିତରେ ଅସନ୍ତୋଷ ବଢ଼ାଉଛି।

Petrol Price In Odisha Hike In Petrol Pterol Price In India Petrol Price Today Petrol Price In Delhi Diesel Price In Bhubaneswar Diesel Price In Delhi Diesel Price Hike Fuel Prices Hiked
Advertisment
Advertisment