Advertisment

ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମ୍‌ଲା: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱନୀ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି। ସିମ୍‌ଲାସ୍ଥିତ ତାଙ୍କ ବାସଭବନରୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହିତ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସର ଟିମ୍‌ ଓ IGMCର ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ଜାରି ରହିଛି। ୧୯୭୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅଶ୍ୱନୀ […]

author-image
Abinash Pati
ଅଦ୍ୟତନ ହୋଇଛି
ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ashwani-kumar

ସିମ୍‌ଲା: ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱନୀ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଛି। ସିମ୍‌ଲାସ୍ଥିତ ତାଙ୍କ ବାସଭବନରୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିସହିତ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି। ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସର ଟିମ୍‌ ଓ IGMCର ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ଜାରି ରହିଛି।

Advertisment

୧୯୭୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅଶ୍ୱନୀ କୁମାର ୨୦୧୪ରେ ନାଗାଲାଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରେ ମଧ୍ୟ ଅଳ୍ପ ସମୟ ପାଇଁ ସେ ମଣିପୁରର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ଭାଳିଥିଲେ।

୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ସିବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଅଶ୍ୱନି କୁମାର। ସେ ସିବିଆଇ ଦାୟିତ୍ୱରେ ଥିବା ବେଳେ ହାଇପ୍ରୋଫାଇଲ୍‌ ଆରୁସି-ହେମ୍‌ରାଜ ହତ୍ୟା ଘଟଣାର ତଦନ୍ତ କରିଥିଲେ। ସେହିଭଳି ଗୁଜରାଟର ସୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ଘଟଣାରେ ସିବିଆଇ ଅମିତ ଶାହଙ୍କୁ ଗିରଫ କରିଥିବା ବେଳେ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ ଅଶ୍ୱନି କୁମାର। ଏହା ପୂର୍ବରୁ ଅଗଷ୍ଟ ୨୦୦୬ରୁ ୨୦୦୮ ଜୁଲାଇ ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶର ଡିଜିପି ଭାବରେ ଦାୟିତ୍ୱ ତୁଲାଇଥିଲେ।

Advertisment
Advertisment
Advertisment