Advertisment

ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ମୁମ୍ୱାଇ: ମୁମ୍ବାଇରେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଏହାସହ ୩୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ CSMT ଷ୍ଟେସନ ନିକଟରେ ଥିବା ବ୍ରିଜ୍‌ଟି ଗତକାଲି ସକାଳେ ମରାମତି ହୋଇଥିଲା। ତେବେ ସହରର ଏହି ବ୍ୟସ୍ତ ବହୁଳ ଷ୍ଟେସନର ଫୁଟ୍‌ ଓଭର ବ୍ରିଜ୍‌ରେ ଗତକାଲି ସନ୍ଧ୍ୟାରେ […]

author-image
Jyotsnamayee Pradhan
ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

mubai

ମୁମ୍ୱାଇ: ମୁମ୍ବାଇରେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଏହାସହ ୩୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ CSMT ଷ୍ଟେସନ ନିକଟରେ ଥିବା ବ୍ରିଜ୍‌ଟି ଗତକାଲି ସକାଳେ ମରାମତି ହୋଇଥିଲା। ତେବେ ସହରର ଏହି ବ୍ୟସ୍ତ ବହୁଳ ଷ୍ଟେସନର ଫୁଟ୍‌ ଓଭର ବ୍ରିଜ୍‌ରେ ଗତକାଲି ସନ୍ଧ୍ୟାରେ ଲୋକେ ଯାଉଥିବା ବେଳେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ରାସ୍ତାରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। CSMT ରେଲୱେ ଷ୍ଟେସନରୁ ଆଜାଦ ମୈଦାନ ଥାନାକୁ ଏହି ଫୁଟ୍‌ ଓଭର ବ୍ରିଜ୍‌ଟି ସଂଯୋଗ କରୁଥିଲା।

ବ୍ରିଜ୍‌ଟି ୧୯୮୪ ମସିହାରେ ନିର୍ମାଣ କରାଯାଇଥିବା ବେଳେ ଏହା ଉପରେ ଦୈନିକ ହଜାର ହଜାର ଲୋକ ଯା’ଆସ କରିଥାନ୍ତି।  ଦୁର୍ଘଟଣା ପରେ ରେଲୱେ ଓ ବିଏମ୍‌ସି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେ କହିଛନ୍ତି,“ପୂର୍ବରୁ ବ୍ରିଜ୍‌ର ସ୍ଥାୟୀତ୍ୱ ନେଇ ଏକ ଅଡିଟ୍  ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏଥିରେ ବ୍ରିଜ୍‌କୁ ଠିକ୍‌ ଥିବା ଦର୍ଶାଯାଇଥିବାରୁ ଏହି ରିପୋର୍ଟରେ ତ୍ରୁଟି କେଉଁଠି ରହିଲା ତାର ମଧ୍ୟ ତଦନ୍ତ କରାଯିବ ।”

ଅନ୍ୟପକ୍ଷରେ ଫୁଟ୍ ଓଭରବ୍ରିଜ୍ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Advertisment
Advertisment