/odishatv-khabar/media/post_attachments/uploadimage/library/16_9/16_9_0/corona-7_1627276543.jpg)
corona
ଥିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ଭାରତକୁ ଗ୍ରାସିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳରେ ଆଉ ୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୩ ସଂଦିଗ୍ଧଙ୍କ ନମୁନା ପଜିଟିଭ ଆସିଥିଲା। ଲଦାଖରେ ୨ ଓ ତାମିଲନାଡୁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲଦାଖର ଏହି ୨ ଜଣ ଇରାନରୁ ଓ ତାମିଲନାଡୁର ଆକ୍ରାନ୍ତ ଓମାନରୁ ଫେରିଥିବା ସୂଚନା ମିଳିଛି।
ପଞ୍ଜାବରେ ବି ଆଉ ୨ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଅମୃତସରରେ ଥିବା ଗୁରୁ ନାନକ ଦେବ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି। ଏମାନେ ମାର୍ଚ୍ଚ ୩ରେ ଇଟାଲିରୁ ଫେରିଥିଲେ। ଓଡ଼ିଶାରେ ବିଦେଶରୁ ଫେରିଥିବା ୧୩୧ ଜଣଙ୍କ ଉପରେ ନଜର ରଖାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨ଜଣଙ୍କ ନମୁନା ପରୀକ୍ଷା ପାଇଁ RMRCକୁ ପଠାଯାଇଛି। ପୂର୍ବରୁ ପଠାଯାଇଥିବା ସମସ୍ତ ୧୨ଟି ନମୁନା ନେଗେଟିଭ ଆସିଛି।
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ମଧ୍ୟ ବହୁତ ତତ୍ପରତା ଦେଖାଇଛନ୍ତି। ଦେଶରେ ୫୨ଟି କରୋନା ନିରୂପଣ କେନ୍ଦ୍ର ସ୍ଥାପନ କରାଯାଇଛି। ତା ସହିତ ୫୭ଟି ସହାୟକ ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି। ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଏବେ ସାରା ବିଶ୍ୱର ୧୦୨ଟି ଦେଶକୁ ଗ୍ରାସ କରିସାରିଛି। କେବଳ ଚୀନରେ ମୃତ୍ୟୁ ସଂଖ୍ୟା ସାଢ଼େ ୩ ହଜାର ପାର୍ କଲାଣି। ଚୀନରେ ୩ ହଜାର ୫୮୯ଙ୍କ ଜୀବନ ନେଲାଣି କରୋନା। ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। କମିବା ବଦଳରେ ଏହା ବଢ଼ି ବଢ଼ି ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିଥିବାରୁ ସାରା ବିଶ୍ୱ ଏଥିରେ ଚିନ୍ତିତ। ଏକାଠି ହୋଇ ମିଳିମିଶି ମୁକାବିଲା କରିବା ପାଇଁ ସବୁ ଦେଶକୁ ଆହ୍ୱାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)