Advertisment

ନିଜସ୍ୱ ଜ୍ଞାନକୌଶଳରେ ଭାରତ ତିଆରି କଲା ରକେଟ୍‌ ପିନାକ

ନୂଆଦିଲ୍ଲୀ: ଶତ୍ରୁର ମୁକାବିଲା ଲାଗି ଭାରତ ଏବେ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଘାତକ ଅସ୍ତ୍ର ପିନାକ ରକେଟ ପ୍ରସ୍ତୁତ କରିଛି ଭାରତ। ଡିଆରଡିଓ ପକ୍ଷରୁ ପୋଖରାନର ଏକ ଫାୟାରିଂ ରେଂଜରେ ଏହାର ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ୬ଟି ପିନାକ ରକେଟର ପରୀକ୍ଷା କରାଯିବା ପରେ ଏହା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଭେଦ କରିଥିଲା। ଯେ କୌଣସି ପାଗରେ ଏହି ଅତ୍ୟାଧୁନିକ ରକେଟ୍ ଶତ୍ରୁକୁ ଟାର୍ଗେଟ କରିପାରିବ। ପ୍ରଥମଥର ପାଇଁ ଘରୋଇ ନିର୍ମାତାଙ୍କ […]

author-image
Abinash Pati
ନିଜସ୍ୱ ଜ୍ଞାନକୌଶଳରେ ଭାରତ ତିଆରି କଲା ରକେଟ୍‌ ପିନାକ

pinak

ନୂଆଦିଲ୍ଲୀ: ଶତ୍ରୁର ମୁକାବିଲା ଲାଗି ଭାରତ ଏବେ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଘାତକ ଅସ୍ତ୍ର ପିନାକ ରକେଟ ପ୍ରସ୍ତୁତ କରିଛି ଭାରତ। ଡିଆରଡିଓ ପକ୍ଷରୁ ପୋଖରାନର ଏକ ଫାୟାରିଂ ରେଂଜରେ ଏହାର ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ୬ଟି ପିନାକ ରକେଟର ପରୀକ୍ଷା କରାଯିବା ପରେ ଏହା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଭେଦ କରିଥିଲା। ଯେ କୌଣସି ପାଗରେ ଏହି ଅତ୍ୟାଧୁନିକ ରକେଟ୍ ଶତ୍ରୁକୁ ଟାର୍ଗେଟ କରିପାରିବ।Indian Army To Induct More Pinaka Rocket Launchers To Boost Firepower

Advertisment

ପ୍ରଥମଥର ପାଇଁ ଘରୋଇ ନିର୍ମାତାଙ୍କ ଦ୍ୱାରା ତିଆରି ହୋଇଛି ଅତ୍ୟାଧୁନିକ ରକେଟ ପିନାକ। ପରୀକ୍ଷା କରାଯାଇଥିବା ସବୁ ପିନାକ ରକେଟ୍ ଘରୋଇ ଇକୋନୋମିକ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଇଥିଲା। ଭାରତରେ ପ୍ରଥମଥର ପାଇଁ ଘରୋଇ ନିର୍ମାତାଙ୍କ ଦ୍ୱାରା ଏଭଳି ଅତ୍ୟାଧୁନିକ ରକେଟ ନିର୍ମାଣ କରାଯାଇଛି। ଏଥିପାଇଁ ଇକୋନୋମିକ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍ ପକ୍ଷରୁ ଡିଆରଡିଓ ସହ ପ୍ରଯୁକ୍ତି ବିଦ୍ୟା ଅଦଳବଦଳ ପାଇଁ ଚୁକ୍ତି ହୋଇଥିଲା।

Defence News | PINAKA : India's highly successful guided weapon system

ଯେ କୌଣସି ପାଗରେ ଏହି ଅତ୍ୟାଧୁନିକ ରକେଟ୍ ଶତ୍ରୁକୁ ଟାର୍ଗେଟ କରିପାରିବ। ଶତ୍ରୁ ପକ୍ଷର ସୈନ୍ୟ, ଅସ୍ତ୍ରଶସ୍ତ୍ର, ଯୁଦ୍ଧାସ୍ତ୍ର ପରିବହନ କରୁଥିବା ଗାଡି, ଯୋଗାଯୋଗ କେନ୍ଦ୍ର, ଏୟାର ଟର୍ମିନାଲ ସେଣ୍ଟରକୁ ଭେଦ କରି ଧ୍ୱଂସ କରିବାର କ୍ଷମତା ରହିଛି  ଏହି ରକେଟ୍। ପିନାକ ଯୁଦ୍ଧାସ୍ତ୍ରରେ ରକେଟ, ମଲଟି ବ୍ୟାରେଲ ରକେଟ ଲଂଚର, ବ୍ୟାଟେରୀ କମାଣ୍ଡ ପୋଷ୍ଟ, ଲୋଡର ଓ ରାଡାର ରହିଛି।

Advertisment

ପୂର୍ବରୁ ପିନାକର ବିଭିନ୍ନ ଯନ୍ତ୍ରାଶ ବିଦେଶରୁ ଆମଦାନୀ କରାଯାଉଥିଲା କିମ୍ବା ଡିଆରଡିଓ ପକ୍ଷରୁ ନିର୍ମାଣ କରାଯାଉଥିଲା। କିନ୍ତୁ ପ୍ରଥମଥର ପାଇଁ ଘରୋଇ ନିର୍ମାତାଙ୍କ ଦ୍ୱାରା ନିର୍ମିତ ପିନାକ ରକେଟର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଦିଗରେ ଗୋଟିଏ ପାଦେ ଆଗେଇ ପାରିଛି ଆମ ଦେଶ।Pinaka rockets successfully test fired from Orissa

ଭାରତୀୟ ସେନାବାହିନୀ ପାଇଁ ବର୍ଷକୁ ପ୍ରାୟ ୧ହଜାରରୁ ଅଧିକ ପିନାକ ଶ୍ରେଣୀର ରକେଟର ଆବଶ୍ୟକତା ରହିଛି।  ସାଧାରଣତଃ ଅର୍ଡାନ୍ସ ଫାକଟ୍ରି ବୋର୍ଡ ପକ୍ଷରୁ ସମସ୍ତ ଯୁଦ୍ଧାସ୍ତ୍ର ନିର୍ମାଣ କରାଯାଇଥାଏ। ମାତ୍ର ନିକଟରେ ପରୀକ୍ଷଣ ହୋଇଥିବା ପିନାକ ରକେଟ ପାଇଁ ଡିଆରଡିଓ ପକ୍ଷରୁ ପ୍ରଯୁକ୍ତି ବିଦ୍ୟାର ସହଯୋଗ ଦିଆଯାଇଥିବା ବେଳେ ଇକୋନୋମିକ୍ ଏକ୍ସପ୍ଲୋସିଭ୍ ଲିମିଟେଡ୍ ପକ୍ଷରୁ ଯନ୍ତ୍ରାଂଶ ନିର୍ମାଣ କରାଯାଇଥିଲା। ଘରୋଇ ନିର୍ମାତାଙ୍କ ଯୁଦ୍ଧାସ୍ତ୍ର ନିର୍ମାଣ ଦ୍ୱାରା ଅର୍ଡାନ୍ସ ଫାକକ୍‌ଟ୍ରି ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଦରଠାରୁ ପ୍ରାୟ ୨୦ରୁ ୩୦ ପ୍ରତିଶତ କମ ମୂଲ୍ୟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ମିଳିପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Advertisment
Advertisment