Advertisment

ସୁପରମାର୍କେଟରେ ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

କଲରାଡୋ: ଆମେରିକାର କୋଲରାଡୋ ସ୍ଥିତ ବୋଲ୍‌ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ନିଜେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛି। ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଜଣେ ୫୧ ବର୍ଷୀୟ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମାର୍କେଟ କମ୍ପ୍ଲେକ୍ସରେ ଅତିର୍କିତ ଗୁଳିଚାଳନା କରୁଥିବା ଦେଖି […]

author-image
Minati Mishra
ସୁପରମାର୍କେଟରେ ଗୁଳିମାଡ, ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

firing at super market

କଲରାଡୋ: ଆମେରିକାର କୋଲରାଡୋ ସ୍ଥିତ ବୋଲ୍‌ଡର ସୁପରମାର୍କେଟରେ ଜଣେ ବନ୍ଧୁକଧାରୀ ଆଖି ବୁଜା ଗୁଳିବର୍ଷଣ କରିଛନ୍ତି। ଫଳରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ନିଜେ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛି।

Advertisment

ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଜଣେ ୫୧ ବର୍ଷୀୟ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମାର୍କେଟ କମ୍ପ୍ଲେକ୍ସରେ ଅତିର୍କିତ ଗୁଳିଚାଳନା କରୁଥିବା ଦେଖି ସେ ପ୍ରଥମେ ତାଙ୍କୁ ଅଟକାଇବା ପାଇଁ ଆସିଥିଲେ। ଲାଇଭ ଷ୍ଟ୍ରିମିଂ ଭିଡିଓରେ ମିଳିଥିବା ଚିତ୍ରରୁ ଜଣାଯାଇଛି, ସାଢେ ଦୁଇଟା ବେଳେ ଏହି ଘଟଣା ଘଟିଥିବା ସୂଚନା ମିଳିଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।  ପୋଲିସ ଆକ୍ରମଣକାରୀଙ୍କୁ ନିଜ ହେବାଜତକୁ ନେଇଛି। ଆକ୍ରମଣକାରୀ ଗୁରୁତର ଆହତ ହୋଇଛି ଏବଂ ତାର ଶରୀର ରକ୍ତରେ ଭିଜି ଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁପରମାର୍କେଟ ଭିତରେ ଏକାଧିକ ରାଉଣ୍ଡ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା। ଏହା ପରେ ଅଭିଯୁକ୍ତ ପଛପଟ ରାସ୍ତା ଦେଇ ଖସି ପଳାଇଥିଲା। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ହଠାତ୍‌ ୮ ରାଉଣ୍ଡ ଗୁଳି ଫିଟିବା କହିଛନ୍ତି। ଗୁଳି ଫୁଟିବା କ୍ଷଣି ଲୋକେ ଭୟରେ ଦୌଡିବା ଆରମ୍ଭ କରିଥିଲେ।

Advertisment

ଆହତ ଲୋକଙ୍କୁ ପୋଲିସ ସ୍ଥାନୀୟ ଡାକ୍ତରଖାନାରେ ଭତ୍ତି କରିଛି।

Advertisment
Advertisment