fire-brokkeoput
କୋଲକାତା: ଦୀପାବଳିରେ ଅଗ୍ନିକାଣ୍ଡ। ବାଣ ଫୁଟାଇବା ବେଳେ ବିହାରର ମୋତିହାର ବିଭିନ୍ନ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅନେକ ଘର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରଥମେ ମୋତିହାରୀର ହରସିଦ୍ଧ ଓ ସୋନବର୍ଷା ଚୋକ୍ ଠାରେ ଅଗ୍ନିକାଣ୍ଡ ଖବର ଆସିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଅଗ୍ନିକାଣ୍ଡ ଖବର ଆସିଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଗ୍ନିକାଣ୍ଡ ନିୟନ୍ତ୍ରଣ ହୋଇଥିଲା ସେତେବେଳକୁ ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ମୋତିହାର ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।
ସେହିପରି ଅନ୍ୟ ଏକ ଘଟଣାକ୍ରମେ ଡୁମରୀୟ ଘାଟ ଥାନା ରାମପୁର ଖଜୁରିଆରେ ମଧ୍ୟ ବାଣ ଫୁଟାଇବା ବେଳେ ଅଗ୍ନିକାଣ୍ଡ ଘଟି ଘର ଜଳି ଯାଇଥିଲା।
ସେହିପରି କୋଲକାତାର ନ୍ୟୁଟାଉନ୍ ସ୍ଥିତ ନିବେଦିତା ପଲ୍ଲୀର ଏକ ବସ୍ତିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଅନେକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ଏନ୍ଆଇରେ ଖବର ପ୍ରକାଶ ପାଇଛି। ନିଆଁ ଲାଗିବା ପରେ ଉକ୍ତ ଅଞ୍ଚଳରେ ଦମକଳବାହୀନୀ ପହଞ୍ଚି ନିଆକୁ ଆୟ କରିବାକୁ ଚେଷ୍ଟା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/fire-brokkeoput_1625115947.jpg)