/odishatv-khabar/media/post_attachments/uploadimage/library/16_9/16_9_0/HATHRASH_1625244783.jpg)
HATHRASH
ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ମହିଳାଙ୍କ ସୁରକ୍ଷା ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ପ୍ରତି କଡ଼ା ପଦକ୍ଷେପ ନେବାକୁ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଚିଠି ଲେଖାଯାଇଛି।
[caption id="" align="aligncenter" width="1419"]
pic credit- freepressjournal[/caption]
ଯୌନ ନିର୍ଯାତନା ଅଭିଯୋଗ ଥିଲେ ପୋଲିସ ଏତଲା ଗ୍ରହଣ କରିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ରହିଛି। ଯଦି ଘଟଣା ଥାନା ଅଞ୍ଚଳର ବାହାରେ ହୋଇଥିବ, ତାହେଲେ ଜିରୋ ଏଫ୍ଆଇଆର୍ ରୁଜୁ କରାଯିବ। ଦୁଷ୍କର୍ମ ଭଳି ଅଭିଯୋଗର ପୋଲିସ ୨ ମାସ ମଧ୍ୟରେ ତଦନ୍ତ ସାରିବାକୁ ଚିଠିରେ ଉଲ୍ଲେଖ ରହିଛି।
ପୋଲିସ ଅଧିକାରୀ ଦୁଷ୍କର୍ମ ଅଭିଯୋଗ ହେବାର ୨୪ ଘଣ୍ଟା ମଧ୍ୟରେ ପୀଡିତାଙ୍କ ଡାକ୍ତରୀମାଇନା କରାଯିବ। ତା ପୁଣି ପୀଡ଼ିତାଙ୍କ ସହତିରେ ଜଣେ ପଞ୍ଜୀକୃତ ଡାକ୍ତରଙ୍କ ଦ୍ୱାରା ଡାକ୍ତରୀ ମାଇନା କରାଯିବ। ଏତଲା ଗ୍ରହଣରେ ଅବହେଳା କିମ୍ବା କାର୍ଯ୍ୟରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚିଠିରେ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)