/odishatv-khabar/media/post_attachments/uploadimage/library/16_9/16_9_0/Untitled-1-61_1620215254.jpg)
Untitled-1
ୱାଶିଂଟନ: ସବୁଠାରୁ ଧନୀ ରାଷ୍ଟ୍ର ଆମେରିକା । ସାରା ପୃଥିବୀରେ ତା’ର ଦବଦବା ତଥାପି କରୋନା କବ୍ଜାରୁ ବାହାରି ପାରିନି । ଦେଶରେ ହାହାକାର ସୃଷ୍ଟି କରିଦେଇଛି କରୋନା । ବିଶ୍ୱର ସର୍ବାଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଯାହାବି ହେଉ, ଏବେ ଦ୍ରୁତ ଭାକ୍ସିନେସନ ଯୋଗୁ ଦେଶରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏବେ କରୋନା ଭାକ୍ସିନକୁ ନେଇ ଆଉ ଏକ ଖୁସି ଖବର ଆମେରିକାରୁ ଆସିଛି । ଏବେ କିଶୋରମାନଙ୍କୁ କୋଭିଡ-୧୯ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ।
ଆମେରିକାର ଫୁଡ ଆଣ୍ଡ ଡ୍ରଗସ ପ୍ରଶାସନ ପକ୍ଷରୁ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଫାଇଜର ଟିକା ଦିଆଯିବ ବୋଲି କୁହାଯାଇଛି । ଏହି ଟିକା ଆସନ୍ତା ସପ୍ତାହରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଜଣେ ବିଭାଗୀୟ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ଫାଇଜର ଟିକା ୧୬ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦେବା ପାଇଁ ମଞ୍ଜୁରୀ ମିଳିସାରିଛି । ତେବେ ଏହି ଟିକା ଛୋଟ ପିଲାଙ୍କ ପାଖରେ ବି ଫଳପ୍ରଦ ହେବ ବୋଲି କମ୍ପାନୀ କହିଛି । ଏହି ଟିକାର ୨ଟି ଲୋଖାଏ ଡୋଜ ନେବା ପାଇଁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।
୧୨ରୁ ୧୫ ବର୍ଷ ପିଲାଙ୍କୁ ଟିକା ଦେବା ନେଇ ସଂଘୀୟ ଟିକା ପରାମର୍ଶ ସମିତି ସହ ଏକ ବୈଠକ ହେବା ପରେ ଏଫଡିଏ ଏ ନେଇ ପଦକ୍ଷେପ ନେବ । ଆମେରିକାରେ ଟିକାକରଣ ପରେ କରୋନା ସଂକ୍ରମଣ ଏବଂ ତତଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଥିବା ଦେଖିବା ପରେ ୟୁରୋପୀୟ ସଂଘ ୧୩ ମାସରୁ ଅଧିକ ସମୟ ଧରି ବନ୍ଦ ରଖିଥିବା ବିମାନ ଚଳାଚଳକୁ ଢିଲା କରିବା ପାଇଁ ପ୍ରସ୍ତାବ ଦେଇଛି । ସୂଚନା ଥାଉ କି ଟିକାକରଣ ପରେ ଆମେରିକାରେ ଅକ୍ଟୋବର ପରେ ଏପେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)