Advertisment

ଚାଷୀଙ୍କ ଚକ୍କା ଜାମ୍‌ ଆଜି; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପୋଲିସ

author-image
Minati Mishra
ଚାଷୀଙ୍କ ଚକ୍କା ଜାମ୍‌ ଆଜି; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ପୋଲିସ

farmer

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ଚାଷୀ। ଆଜି ସାରା ଦେଶରେ ଚକା ଜାମ୍‌ର ଆହ୍ୱାନ ଦିଆଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏ ୩ ଘଣ୍ଟା ପାଇଁ ଏହି ଚକା ଜାମ୍ କରାଯିବ। ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି ।

Advertisment

ଏ ନେଇ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜାନୁଆରୀ ୨୬ ତାରିଖ ହୋଇଥିବା ହିଂସାକାଣ୍ଡ ପରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ଦେଇଛି। ଦିଲ୍ଲୀର ତିନୋଟି ସୀମା ସିଂଘୁ, ଟିକରୀ ଏବଂ ଗାଜିପୁର ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ଏଠାରେ ପୋଲିସ ବିଭିନ୍ନ ସ୍ତରର ସୁରକ୍ଷା ବ୍ୟବସ୍ଥା କରିଛି।

ତେବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଜି ଚକା ଜାମ୍ କରାଯିବ ନାହିଁ । କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ପ୍ରାୟ ୪ ମାସ ହେଲା ଜାରି ରହିଛି । କେନ୍ଦ୍ର ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳ ବାହାରି ନାହିଁ । ବରଂ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ଅଛନ୍ତି। କେନ୍ଦ୍ର ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଚାଷୀଙ୍କ ଗୋଟିଏ ଜିଦ୍ ଆଇନ ପ୍ରତ୍ୟାହାର ହେଉ । ଦୁଇ ପକ୍ଷ ନିଜ ନିଜ ଆଭିମୁଖ୍ୟରେ ଜିଦ୍ ଧରିଥିବାରୁ ସମାଧାନର ରାସ୍ତା ବାହାରି ନାହିଁ ।

Advertisment

ଦିଲ୍ଲୀ ସୀମା ସିଂଘୁରେ ଏବେ ବି ଧାରଣାରେ ବସିଛନ୍ତି ଚାଷୀ । ଗାଜିପୁରରେ ମଧ୍ୟ ସେମାନେ ଏକଜୁଟ ହୋଇ ରହିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସବୁ ସମ୍ବେଦନଶୀଳ ସ୍ଥାନ ଉପରେ ରହିଛି ନଜର। ଲାଲକିଲ୍ଲାରେ ଯେଭଳି ପରିସ୍ଥିତି ସୃଷ୍ଟି ହେଲା, ତାର ଯେପରି ପୁନରାବୃତ୍ତି ନ ହୁଏ, ତା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ସେପଟେ ଚାଷୀଙ୍କ ଆନ୍ଦୋଳନକୁ ଓଡ଼ିଶାରେ ସମର୍ଥନ ଜଣାଇଛି ନବ ନିର୍ମାଣ କୃଷକ ସଂଗଠନ।

Farmer Protest
Advertisment
Advertisment