Advertisment

ଚେରୀ କୋଳି ଚାଷ ପ୍ରତି ବଢ଼ୁଛି ଚାଷୀଙ୍କ ଆଗ୍ରହ, ଜାଣନ୍ତୁ କାହିଁକି ?

ସିମ୍‌ଲା: ଚେରି କୋଳି ଚାଷ ପ୍ରତି ବଢ଼ୁଛି ହିମାଚଳ ଚାଷୀଙ୍କ ଆଗ୍ରହ । ସେଓ ଅପେକ୍ଷା ଚେରି ଉତ୍ପାଦନ ଜଲ୍‌ଦି ହେଉଥିବାରୁ ଚାଷୀମାନେ ଏହି ଚାଷ ପ୍ରତି ମନବଳାଉଛନ୍ତି । ତା ଛଡ଼ା ଲକ୍‌ଡାଉନ୍‌ରେ ବି ଚେରି କୋଳିର ଚାହିଦା କମି…

ଚେରୀ କୋଳି ଚାଷ ପ୍ରତି ବଢ଼ୁଛି ଚାଷୀଙ୍କ ଆଗ୍ରହ, ଜାଣନ୍ତୁ କାହିଁକି ?

Chhery

Advertisment

ସିମ୍‌ଲା: ଚେରି କୋଳି ଚାଷ ପ୍ରତି ବଢ଼ୁଛି ହିମାଚଳ ଚାଷୀଙ୍କ ଆଗ୍ରହ । ସେଓ ଅପେକ୍ଷା ଚେରି ଉତ୍ପାଦନ ଜଲ୍‌ଦି ହେଉଥିବାରୁ ଚାଷୀମାନେ ଏହି ଚାଷ ପ୍ରତି ମନବଳାଉଛନ୍ତି । ତା ଛଡ଼ା ଲକ୍‌ଡାଉନ୍‌ରେ ବି ଚେରି କୋଳିର ଚାହିଦା କମି ନାହିଁ । ଫଳରେ ଚାଷୀମାନେ ବେସ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

Advertisment

publive-image

ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଲାଲ୍ ଟହଟହ ଚେରି । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ବି ସେତିକି ସୁଆଦିଆ । ହିମାଚଲ ପ୍ରଦେଶ ସିମ୍‌ଲାର କୋଳି ପାଚିବା ପରେ ଗଛରୁ ଚେରି ତୋଳିବାରେ ଏବେ ବ୍ୟସ୍ତ ଅଛନ୍ତି ଚାଷୀ । ଅତି ଯତ୍ନର ସହ ଚେରି କୋଳି ତୋଳିବା ପରେ ସେଗୁଡ଼ିକୁ ଏକାଠି କରି ରଖିଥାନ୍ତି । ଆଉ ତା’ପରେ ବିକ୍ରିବଟା କରିବାକୁ ଚେରି କୋଳିକୁ ବଜାରକୁ ଛାଡ଼ିବା ପୂର୍ବରୁ ସୁନ୍ଦର ଏବଂ ସୁରକ୍ଷିତ ଭାବେ ପ୍ୟାକେଜିଂ କରାଯାଇଥାଏ ।

publive-image

ଚାଷୀ ପରିବାରର ସମସ୍ତେ ଏହି ପ୍ୟାକିଂରେ ସହଯୋଗ କରିଥାନ୍ତି । ସମସ୍ତେ ଛୋଟ ଛୋଟ କାଗଜ ଖୋଳରେ ଚେରିକୁ ଅତି ଯତ୍ନର ସହ ପ୍ୟାକ୍ କରିଥାନ୍ତି । କରୋନା କାଳରେ ମଧ୍ୟ ଏହାର ଚାହିଦା କମି ନାହିଁ । ବଜାରରେ ଏହାର ଦାମ୍ ରହିଛି କେଜି ପ୍ରତି ୩ ଶହରୁ ୩୫୦ ଟଙ୍କା ।

Advertisment

publive-image

ସେଓ ପରେ ବିକଳ୍ପ ଚାଷ ଭାବେ ଚେରି କୋଳିକୁ ବାଛି ନେଇଛନ୍ତି ଚାଷୀ । ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ହୋଇଛି ଫସଲ । ଚାଷୀ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ବାହାରକୁ ମଧ୍ୟ ରପ୍ତାନୀ କରୁଛନ୍ତି । ତେବେ ବର୍ଷା ଯୋଗୁଁ କିଛିଟା କ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।

publive-image

ହିମାଚଲ ପ୍ରଦେଶରେ ପ୍ରାୟ ୫୫୦ ହେକ୍ଟର ଜମିରେ ଚାଷ ହୋଇଥାଏ ଚେରି କୋଳି । ଏଥି ମଧ୍ୟରୁ ୭୫ ଭାଗ ସିମ୍ଲାରେ ହିଁ ହୋଇଥାଏ । ସେଓ ଅପେକ୍ଷା ଏହା ଶୀଘ୍ର ଉତ୍ପାଦନ ହେଉଥିବାରୁ ଚେରୀ ଚାଷ ପ୍ରତି ମନ ବଳାଇଲେଣି ଅଧିକରୁ ଅଧିକ ଚାଷୀ ।

Advertisment
Himachal Pradesh Chhery Shimla
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ