Advertisment

ଚାଷୀ ନେତାଙ୍କୁ ହତ୍ୟା କରିବାର ହୋଇଥିଲା ଷଡ଼ଯନ୍ତ୍ର: ସୁପାରି କିଲରକୁ ଧରିଲେ କୃଷକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍‌କୁ ନେଇ ଦିଲ୍ଲୀ ବୋର୍ଡର ସିଙ୍ଘୁରରେ ଦୁଇ ମାସ ହେଲା ଚାଲିଛି କୃଷକ ଆନ୍ଦୋଳନ। ଚାଷୀ ଓ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ବସିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିପାରି ନାହିଁ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ୪ ଚାଷୀ ନେତାଙ୍କୁ ହତ୍ୟା କରିବାକୁ ଚୁକ୍ତି କରିଥିବା ମାସ୍କ ପିନ୍ଧା ଜଣେ ସନ୍ଦିଗ୍ଧକୁ ଧରିଛନ୍ତି ଚାଷୀ। ଆଗକୁ ଜାନୁଆରୀ […]

author-image
Abinash Pati
ଚାଷୀ ନେତାଙ୍କୁ ହତ୍ୟା କରିବାର ହୋଇଥିଲା ଷଡ଼ଯନ୍ତ୍ର: ସୁପାରି କିଲରକୁ ଧରିଲେ କୃଷକ

mask

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍‌କୁ ନେଇ ଦିଲ୍ଲୀ ବୋର୍ଡର ସିଙ୍ଘୁରରେ ଦୁଇ ମାସ ହେଲା ଚାଲିଛି କୃଷକ ଆନ୍ଦୋଳନ। ଚାଷୀ ଓ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ବସିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିପାରି ନାହିଁ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ୪ ଚାଷୀ ନେତାଙ୍କୁ ହତ୍ୟା କରିବାକୁ ଚୁକ୍ତି କରିଥିବା ମାସ୍କ ପିନ୍ଧା ଜଣେ ସନ୍ଦିଗ୍ଧକୁ ଧରିଛନ୍ତି ଚାଷୀ।

Advertisment

ଆଗକୁ ଜାନୁଆରୀ ୨୬ ତାରିଖ ଥିବାରୁ ଚାଷୀମାନଙ୍କର ଟ୍ରାକ୍ଟର ରାଲି କରି ବିରୋଧ କରିବାର କାର୍ଯ୍ୟ ରହିଛି। ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଚାଷୀ ହତ୍ୟାର ଷଡ଼ଯନ୍ତ୍ର ହୋଇଥିଲା ବୋଲି ସନ୍ଦିଗ୍ଧ ସର୍ବ ସମ୍ମୁଖରେ କହିଛି। ଏଥିପାଇଁ ଦୁଇଟି ଟିମ୍‌ ପକ୍ଷରୁ ସନ୍ଦିଗ୍ଧ ସହିତ ଚୁକ୍ତି କରାଯାଇଥିଲା ବୋଲି ସେ କହିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କର ପ୍ରସ୍ତାବରେ ରାଜି ନହେବାରୁ ଚାଷୀମାନଙ୍କ ହତ୍ୟା କରିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ।

ଧରାପଡ଼ିଥିବା ସନ୍ଦିଗ୍ଧ ଜଣକ ସୋନିପଥ ରାଇ ଥାନାର ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ରକାରୀ କହିବା ସହିତ ଯେଉଁ ୪ ଜଣଙ୍କୁ ହତ୍ୟା କରିବାକୁ ଚୁକ୍ତି ହୋଇଥିଲା ସେମାନଙ୍କ ଫଟୋ ବି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛି। ଜାନୁଆରୀ ୨୬ ତାରିଖରେ ଯଦି କୌଣସି ଅସୁବିଧା ହୁଏ  ତେବେ ଏହି ୪ ନେତାଙ୍କ ଗୁଳି କରିଦେବା ପାଇଁ ପୋଲିସ ଅଧିକାରୀ ଷଢ଼ଯନ୍ତ୍ର କରିଥିଲେ ବୋଲି ସନ୍ଦିଗ୍ଧ କହିଛି।

Advertisment

ହତ୍ୟା ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛି ଯେ,  ପ୍ରଦର୍ଶନକାରୀ କୃଷକ ହତିଆର ନେଇ ଯାଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ଦୁଇଟି ଟିମ୍‌ ନିୟୋଜିତ କରାଯାଇଛି। ୧୯ ଜାନୁଆରୀରୁ ସେ ନିଜେ ସିଙ୍ଘୁ ବୋର୍ଡରରେ ରହିଥିଲା। ୨୬ ତାରିଖରେ ପ୍ରଦର୍ଶନକାରୀ କୃଷକଙ୍କ ସହିତ ମିଶିଯିବାର ଯୋଜନା ଥିଲା। ଯଦି ପ୍ରଦର୍ଶନକାରୀ ପରେଡ୍‌ରେ ବାହାରିଥାନ୍ତେ ତେବେ ସେମାନଙ୍କ ସହିତ ମିଶିଯିବାର ଯୋଜନା ଥିଲା। ଯଦି ପରେଡ୍‌ରେ କୌଣସି ଅସୁବିଧା ହୋଇଥାନ୍ତା ତେବେ କୃଷକଙ୍କ ଉପରେ ଗୁଳି ଚଳାଇବାକୁ କୁହାଯାଇଥିଲା ବୋଲି ସେ କହିଛି।

ଏହି ଘଟଣା ପରେ ରାଜନୀତି ଜୋର୍ ଧରିଛି। ଆମ୍‌ ଆଦମୀ ପାର୍ଟି କହିଛି ଯେ ଆମକୁ ଯେଉଁ ଡର ଲାଗୁଥିଲା ତାହା ସତ ହେଉଛି। ସେମାନେ କୃଷକ ଆନ୍ଦୋଳନକୁ ଦବେଇ ଦବାକୁ ଚାହୁଁଛନ୍ତି ବୋଲି ଆପ୍ କହିଛି। ଅନ୍ୟପଟେ ସନ୍ଦିଗ୍ଧ ଧରାଯିବା ନେଇ ଚାଷୀ ନେତା ଜଗଜିତ ସିଂହ ଦଲେୱାଲ କହିଛନ୍ତି. ବ୍ୟକ୍ତି ଜଣକ ପ୍ରଦର୍ଶନକାରୀ ଚାଷୀଙ୍କୁ ଯୁବତୀଙ୍କୁ ଦୁର୍ବବ୍ୟବହାର କରିବା ଅଭିଯୋଗ କରି ବଦ୍‌ନାମ କରିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ଚାଷୀମାନେ ତାକୁ ଧରି ପକାଇବାରୁ ସେ ଗୋଟିଏ ପରେ ଗୋଟିଏ ସତ ବଖାଣିଛି।

Advertisment
Advertisment