/odishatv-khabar/media/post_attachments/uploadimage/library/16_9/16_9_0/n-tomar_1627366256.jpg)
n-tomar
ନୂଆଦିଲ୍ଲୀ: ବିକ୍ଷୋଭକାରୀ କୃଷକମାନେ ନୂଆ କୃଷି ଆଇନ୍ରେ ଥିବା ଲାଭକୁ ଦେଖିପାରୁ ନାହାନ୍ତି। ସେମାନେ କେବଳ ଏହି ଆଇନ୍କୁ ରଦ୍ଦ କରିବାକୁ ଚାହୁଁଛନ୍ତି। କୃଷି ଆନ୍ଦୋଳନକୁ ନେଇ ରବିବାର ଏପରି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏକ ଜାତୀୟ ଗଣମାଧ୍ୟମକକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି କୃଷିମନ୍ତ୍ରୀ।
ଏନେଇ ସେ କହିଛନ୍ତି “ କୃଷକ ସଂଘ କେବଳ ଚାଷୀ ଆଇନ୍ ରଦ୍ଦ କରିବା ସମ୍ପର୍କରେ କଥା ହେଉଛି। ସେମାନେ କୃଷି ଆଇନ୍ ଲାଭ ସମ୍ପର୍କରେ ଚିନ୍ତା କରୁନାହାନ୍ତି। ଏଥିପାଇଁ ବାରମ୍ବାର ଆଲୋଚନା ହେଉଥିଲେ ବି ଏଥିରେ କୌଣସି ଫଳ ବାହାରିପାରୁ ନାହିଁ। ଆମେ ସେମାନଙ୍କର ସମସ୍ୟା ବୁଝିଥିଲୁ। ଏହାପରେ ସମସ୍ୟାକୁ ବିଶ୍ଲେଷଣ କରି ପ୍ରସ୍ତାବ ମଧ୍ୟ ଦେଇଥିଲୁ। କିନ୍ତୁ ସେମାନଙ୍କର ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ଉଚିତନ ନଥିଲା। ଯଦି ସେମାନେ ଏହି ପ୍ରସ୍ତାବକୁ ସ୍ୱୀକାର କରିଥାନ୍ତେ, ତେବେ ସରକାର ମଧ୍ୟ ଆଗକୁ ବଢ଼ିଥାନ୍ତେ।” ବୋଲି ନରେନ୍ଦ୍ର ସିଂହ ତୋମାର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂଆ କୃଷି ଆଇନ୍ ପାସ୍ ହୋଇଥିଲା। ଏଥିରେ କୃଷକଙ୍କ ଲାଭ ପାଇଁ କେନ୍ଦ୍ର ସରକାର ଅନେକ ପରିବର୍ତ୍ତନ ଆଣିଛନ୍ତି। କେନ୍ଦ୍ର ସରକାର କୃଷକଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି। କୃଷକମାନଙ୍କର ସମସ୍ୟାକୁ ନେଇ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି।”
କିନ୍ତୁ କୃଷି ଆଇନ୍ ଉଚ୍ଛେଦ ଜିଦ୍ ଯୋଗୁ କଥା ଆଗକୁ ବଢ଼ିପାରୁ ନାହିଁ କି ଆଲୋଚନାରେ କୌଣସି ଫଳାଫଳ ବାହାରିପାରୁ ନାହିଁ ବୋଲି କୃଷିମନ୍ତ୍ରୀ କହିଛନ୍ତି। ଶୁକ୍ରବାର କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଆଲୋଚନା ସମ୍ପର୍କରେ କହିଥିଲେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରେ।
ଏନେଇ ସେ କହିଥିଲେ “ ଶୁକ୍ରବାର ଯେତେବେଳେ ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା। ମୁଁ ସେତେବେଳେ କହିଥିଲି ଯେ କେନ୍ଦ୍ର ସରକାର ଅନେକ ପ୍ରସ୍ତାବ ଦେଇଛନ୍ତି। ସେଥିମଧ୍ୟରୁ କେଉଁ ପ୍ରସ୍ତାବରେ ଆପଣମାନେ ରାଜି ସେ ବିଷୟରେ ସରକାର ଏପର୍ଯ୍ୟନ୍ତ ଜାଣିପାରିଲେ ନାହିଁ। କି ଆପଣମାନଙ୍କ ତରଫରୁ କୌଣସି ପ୍ରସ୍ତାବ ଆସିପାରିଲା ନାହିଁ। ଯଦି ଆପଣଙ୍କ ପାଖରେ କୌଣସି ପ୍ରସ୍ତାବ ଅଛି ତେବେ ଦିଅନ୍ତୁ।” ହେଲେ କୃଷକମାନେ କେବଳ କୃଷି ଆଇନ୍ ରଦ୍ଦ କରିବାକୁ ଚାହାନ୍ତି, କିନ୍ତୁ ସେମାନେ ଆଇନଦ୍ୱାରା ହେଉଥିବା ଲାଭ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)