Advertisment

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ପାଟନା: JDUରେ ମିଶିଲେ ବିହାରର ପୂର୍ବତନ DGP ଗୁପ୍ତେଶ୍ୱର ପାଣ୍ଡେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବେ ସେ JDUରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଇ କିଛି ସମୟରେ ପୂର୍ବରୁ ସେ ଜେଡିୟୁରେ ଯୋଗ ଦେବେ ବୋଲି ଖବର ପ୍ରକାଶ ପାଇଥିଲା। ନିକଟରେ ଡିଜିପ ପଦରୁ ଇସ୍ତଫା ଦେଇଥିଲେ ଗୁପ୍ତେଶ୍ୱର। ଅବସର ନେବା ପରେ ଗୁପ୍ତେଶ୍ୱର କହିଥିଲେ ‘ମୁଁ ବର୍ତ୍ତମାନେ ଏବେ […]

author-image
Abinash Pati
ଅଦ୍ୟତନ ହୋଇଛି
ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

gupteswar-pandye

ପାଟନା: JDUରେ ମିଶିଲେ ବିହାରର ପୂର୍ବତନ DGP ଗୁପ୍ତେଶ୍ୱର ପାଣ୍ଡେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନକୁ ଯାଇ ବିଧିବଦ୍ଧ ଭାବେ ସେ JDUରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଇ କିଛି ସମୟରେ ପୂର୍ବରୁ ସେ ଜେଡିୟୁରେ ଯୋଗ ଦେବେ ବୋଲି ଖବର ପ୍ରକାଶ ପାଇଥିଲା।

Advertisment

ନିକଟରେ ଡିଜିପ ପଦରୁ ଇସ୍ତଫା ଦେଇଥିଲେ ଗୁପ୍ତେଶ୍ୱର। ଅବସର ନେବା ପରେ ଗୁପ୍ତେଶ୍ୱର କହିଥିଲେ ‘ମୁଁ ବର୍ତ୍ତମାନେ ଏବେ ମୁକ୍ତ, ଏବେ ମୁଁ ସବୁକିଛି କରିପାରିବି।” ଶନିବାର ନୀତୀଶଙ୍କୁ ଭେଟିବା ପରେ ସେ ତାଙ୍କୁ ଧନ୍ୟବଦା ଜଣାଇବା ପାଇଁ ଯାଇଥିଲେ ବୋଲି କହିଥିଲେ ଗୁପ୍ତେଶ୍ୱର।

ସେ ଆହୁରି ମଧ୍ୟ କହିଥିଲେ ”ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କୌଣସି ରାଜନୈତିକ କଥା ବିଷୟରେ ଆଲୋଚନା କରିନାହିଁ। ମୁଁ ତାଙ୍କ ସହିତ ଦୀର୍ଘଦିନ ହେଲା କାମ କରିଛି। ସେ ମୋ ଉପରେ ଭରସା ରଖିଥିବା ଅବସର ନେବା ପରେ ମୁଁ ତାଙ୍କୁ କେବଳ ଧନ୍ୟବାଦ ଜଣାଇବାକୁ ଯାଇଥିଲି। ଯଦି ମୁଁ କେବେ ରାଜନୀତୀରେ ଯୋଗ ଦେଲି ତେବେ ମୁଁ ସମସ୍ତଙ୍କୁ ଜଣାଇବି।”

Advertisment

Gupteshwar Pandey

ସୂତ୍ର ଅନୁସାରେ, ଜେଡିୟୁ ଶ୍ରୀ ପାଣ୍ଡେଙ୍କୁ ବାଲମିକ ନଗର ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ। ଏଠାରେ ବିହାର ବିଧାନସଭା ସହ ଲୋକସଭା ପାଇଁ ଉପ ନିର୍ବାଚନ ହେବ। ପୂର୍ବରୁ ବାଲମିକ ଆସନରେ ଜେଡିୟୁ ନେତା ବୈଦନାଥ ମାହୋତ ବିଜୟୀ ହୋଇଥିଲେ। ତେବେ ତାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି। ତେଣୁ ପାଣ୍ଡେଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବାକୁ ଦଳ ଲକ୍ଷ୍ୟ ରଖିଛି।

ଶୁକ୍ରବାର ବିହାର ନିର୍ବାଚନୀ ତାରିଖ ଘୋଷଣା କରାଯାଇଥିଲା। ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ଅକ୍ଟୋବର ୨୮ ତାରିଖରେ ଦ୍ୱିତୀୟ ନଭେମ୍ବର ୩ ଓ ତୃତୀୟ ନଭେମ୍ବର ୭ ତାରିଖରେ ଭୋଟଗ୍ରହଣ କରାଯିବ ବୋଲି ଘୋଷଣା ହୋଇଛି।  ଆଉ ନଭେମ୍ବର ୧୦ ତାରିଖରେ ଭୋଟ ଗଣତି କରାଯିବ ବୋଲି ଇଲେକ୍ସନ କମିଶନ ଘୋଷଣା କରିଛନ୍ତି।

Advertisment
Advertisment