Advertisment

ଗୁଜରାଟରେ ଭୂମିକମ୍ପ

ଗାନ୍ଦିନଗର: ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦ କିମି ଓ ରାଜକୋଟ ଠାରୁ ପ୍ରାୟ ୧୨୦ କିମି ଏହା କେନ୍ଦ୍ରୀଭୂତ ହୋଇଛି। ଏହା ରାଜକୋଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୧୨୨ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି। ସୂଚନା ଥାଉକି, ଅତୀତରେ ତିନୋଟି ବଡ଼ ଭୂମିକମ୍ପର ସାମ୍ନା […]

author-image
Abinash Pati
ଗୁଜରାଟରେ ଭୂମିକମ୍ପ

earthquake

ଗାନ୍ଦିନଗର: ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଗୁଜରାଟର କଚ୍ଛ ଜିଲ୍ଲାରୁ ୧୦ କିମି ଓ ରାଜକୋଟ ଠାରୁ ପ୍ରାୟ ୧୨୦ କିମି ଏହା କେନ୍ଦ୍ରୀଭୂତ ହୋଇଛି।

Advertisment

ଏହା ରାଜକୋଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୧୨୨ କିମି ଦୂରରେ କେନ୍ଦ୍ରିଭୂତ ହୋଇଛି।

ସୂଚନା ଥାଉକି, ଅତୀତରେ ତିନୋଟି ବଡ଼ ଭୂମିକମ୍ପର ସାମ୍ନା କରିଛି ଗୁଜରାଟ। ତେବେ ୨୦୦୨ରେ ହୋଇଥିବା ଭୂମିକମ୍ପ ସବୁଠାରୁ ବଡ଼ ଥିଲା। ଏହାପୂର୍ବରୁ ୧୯୫୬ ମସିହାରେ ଅଞ୍ଜରରେ ଏବଂ କଚ୍ଛ‌ ଜିଲ୍ଲାର ରନ୍ନ ଠାରେ ୧୯୧୮ରେ ଭୟଙ୍କର ଭୂମିକମ୍ପ ହୋଇଥିଲା।

ରିପୋର୍ଟ ଅନୁସାରେ, ୨୦୦୧ ଜାନୁଆରୀରେ ୨୬ ତାରିଖରେ ୬.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା। ମାତ୍ର ୧୦୦ ସେକେଣ୍ଡ ପାଇଁ ଗୁଜରାଟ ସମେତ ବାଂଲାଦେଶ, ନେପାଳ ଏବଂ ପାକିସ୍ତାନକୁ ମଧ୍ୟ ଥରାଇ ଦେଇଥିଲା ଏହି ଭୂମିକମ୍ପ।

Advertisment

ସେହିଭଳି ଗତ ତିନିମାସ ମଧ୍ୟରେ ଦେଶର ରାଜଧାନୀରେ ୧୦ ଅଧିକ ଭୂମିକମ୍ପ ହୋଇସାରିଲାଣି। ମେ ୨୬ ତାରିଖରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେର ରିପୋର୍ଟ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟେର ସ୍କେଲ୍‌ରେ ୪.୫ ରହିଥିବା ବେଳେ ଏନ୍‌ସିଏସ୍‌ ଅନୁସାରେ ଏହାର ତୀବ୍ରତା ୪.୬ ରହିଥିଲା। ଏହାର କେନ୍ଦ୍ର ସ୍ଥଳ ହରିଆଣାର ରୋହତକରୁ ୧୬ କିମି ଦୂରରେ ରହିଥିଲା।  

National Centre For Seismology Earthquake NCS Gujarat
Advertisment
Advertisment