Advertisment

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟ ମାମଲା ସହିତ ଡ୍ରଗ୍ସ କାରବାର ମାମଲାର କୌଣସି ସମ୍ପର୍କ ନାହିଁ। କେବଳ ଡ୍ରଗ୍ସକାରବାର ଅଭିଯୋଗରେ ରିୟା ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟଙ୍କୁ ଆଜି ଏପରି କହିଛି ଏନ୍‌ସିବି। ଏନ୍‌ସିବି ଗିରିଫଦାରୀକୁ ନେଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ବିରୋଧରେ ହାଇକୋର୍ଟରେ ଆଜି ଏପରି ଉତ୍ତର ରଖିଛି ଏନ୍‌ସିବି। ଏନ୍‌ସିବି ପକ୍ଷରୁ ନିଯୁକ୍ତ ହୋଇଥିବା […]

author-image
Abinash Pati
ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

reha

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟ ମାମଲା ସହିତ ଡ୍ରଗ୍ସ କାରବାର ମାମଲାର କୌଣସି ସମ୍ପର୍କ ନାହିଁ। କେବଳ ଡ୍ରଗ୍ସକାରବାର ଅଭିଯୋଗରେ ରିୟା ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟଙ୍କୁ ଆଜି ଏପରି କହିଛି ଏନ୍‌ସିବି। ଏନ୍‌ସିବି ଗିରିଫଦାରୀକୁ ନେଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ବିରୋଧରେ ହାଇକୋର୍ଟରେ ଆଜି ଏପରି ଉତ୍ତର ରଖିଛି ଏନ୍‌ସିବି।

Advertisment

ଏନ୍‌ସିବି ପକ୍ଷରୁ ନିଯୁକ୍ତ ହୋଇଥିବା କୋର୍ଟ ଅନୀଲ ସିଂହ କୋର୍ଟଙ୍କୁ କହିଥିଲେ “ ଅବେଦନକାରୀ ତାଙ୍କ ଆବଦେନରେ ଏନ୍‌ସିବି ତଦନ୍ତକୁ ସୁଶାନ୍ତଙ୍କ ସହିତ ଲିଙ୍କ ଥିବା ଦର୍ଶାଇଛନ୍ତି। କିନ୍ତୁ ଏନ୍‌ସିବି ତଦନ୍ତ ସୁସ୍ଥାନ୍ତ ମୃତ୍ୟୁ ଉପରେ ଆଧାରିତ ନୁହେଁ।”

ସେପ୍ଟେମ୍ବର ୮ ତାରିଖରେ ରିୟା ଓ ତାଙ୍କ ଭାଇଙ୍କ ପକ୍ଷକୁରୁ ଏ ନେଇ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣୁଥିବା ଅଭିଯୋଗରେ ରିୟାଙ୍କୁ ଗିରଫ କରିଥିଲା ଏନ୍‌ସିବି। ତା ସହିତ ଅନ୍ୟ କିଛି ଲୋକଙ୍କ ମଧ୍ୟ ଡ୍ରଗ୍ସ ମାମଲାରେ ଏନ୍‌ସିବି ଗିରଫ କରିଛି। ଡ୍ରଗ୍ସ କାରବାର ପାଇଁ ପରସ୍ପର ସହିତ ସମ୍ପର୍କ ଥିବାରୁ ଏମାନଙ୍କୁ ଗରିଫ କରାଯାଇଥିବା ଏନ୍‌ସିବି କୋର୍ଟରେ କହିଛି।

Advertisment
Advertisment
Advertisment