Advertisment

ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ, ରଖି ପାରିବେନି-କିଣି ପାରିବେନି-ବିକି ପାରିବେନି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର…

author-image
Satyendu Shekher Mishra
ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ, ରଖି ପାରିବେନି-କିଣି ପାରିବେନି-ବିକି ପାରିବେନି

drone

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଉଡ଼ନ୍ତା ଆତଙ୍କକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ । ଶ୍ରୀନଗରରେ ବ୍ୟାନ୍ ହେଲା ଡ୍ରୋନ୍ ଉଡ଼ାଣ । କେବଳ ଉଡ଼ାଣ ନୁହେଁ, ଡ୍ରୋନ୍ ରଖିବା, ବିକାକିଣା ଓ ପରିବହନ ଉପରେ ବି ନିଷେଧା ଦେଶ ଲାଗିଛି । ଯେଉଁମାନଙ୍କର ଡ୍ରୋନ୍ କ୍ୟାମେରା ବା ଅନ୍ୟ UAV ଅଛି, ସେମାନଙ୍କୁ ତୁରନ୍ତ ନିକଟସ୍ଥ ଥାନାରେ ତାହାକୁ ଦାଖିଲା ଦେବାକୁୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସରକାରୀ ବିଭାଗ ଗୁଡ଼ିକୁ କୃଷି, ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ମ୍ୟାପିଂ, ସର୍ଭେ ଓ ସର୍ଭେଲାନ୍ସ ପାଇଁ ଡ୍ରୋନ୍ ଉଡ଼ାଇବାକୁ ଥିଲେ, ନିକଟସ୍ଥ ଥାନାରେ ଜଣାଇବାକୁ କୁହାଯାଇଛି । ଏନେଇ ଶ୍ରୀନଗର ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ଖିଲାପ କଲେ କଡ଼ା ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ୨୬ ତାରିଖ ରାତିରେ ଜମ୍ମୁ ଏୟାର୍ ବେସ୍‌ରେ ଡ୍ରୋନ୍ ହମ୍‌ଲା ହୋଇଥିଲା । ୨ଟି ବିସ୍ଫୋରଣ ହୋଇଥିଲା । ଏହାପରେ ଗତ ସପ୍ତାହେ ଭିତରେ ବହୁଥର ଜମ୍ମୁରେ ଡ୍ରୋନ୍ ଉଡ଼ିଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ । ଏହାପରେ ଏହି ମାମଲାରେ NIA ତନାଘନା ଆରମ୍ଭ କରିଥିଲା । NIA ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା । ମିଳିଥିବା ସୂଚନା ଅନୁସାରେ ଏୟାରବେସ୍ ନିକଟରୁ ବିସ୍ଫୋରକ ସହିତ ଡ୍ରୋନ୍ ଛଡ଼ା ଯାଇଥିଲା । ଏୟାରପୋର୍ଟ ଆଖପାଖ ଅଞ୍ଚଳରୁ ଏହି ଷଡ଼ଯନ୍ତ୍ର ରଚାଯାଇଥିଲା । ଡ୍ରୋନକୁ ବେଶ ନିକଟରୁ ଉଡ଼ାଇ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । କେଉଁ ଧରଣର ଡ୍ରୋନ୍ ବ୍ୟବହାର ହୋଇଥିଲା ? ଏହାର ଫ୍ରିକ୍ୟୁଏନନ୍ସି କଣ ଥିଲା, ସେନେଇ ମଧ୍ୟ ତଦନ୍ତ କରାଯାଇଛି ।

Advertisment

ଏହି ଘଟଣା ପରେ ଜମ୍ମୁ ଏୟାରବେସର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଜମ୍ମୁକୁ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ସମସ୍ତ ପଏଣ୍ଟରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ପାକିସ୍ତାନ ସୀମାଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଅତି ସୁରକ୍ଷିତ ଜାମ୍ମୁ ଏୟାରପୋର୍ଟ । ଏହି ବିମାନବନ୍ଦର ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥିବା ବେଳେ ଏଠାରେ ଯାତ୍ରୀବାହୀ ବିମାନ ବି ଚଳାଚଳ କରେ । ତେବେ ସେଦିନ ବିଳମ୍ବିତ ରାତ୍ରିରେ ଏୟାର ଫୋର୍ସ ବେସକୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିଲା । ରାତି ୧.୩୭ ମିନିଟରେ ବିମାନବନ୍ଦରରେ ପ୍ରଥମ ବିସ୍ଫୋରଣ ଘଟିଥିଲା । ଏହାର କିଛି ମିନିଟ ପରେ ୧.୪୩ରେ ଶୁଣାଯାଇଥିଲା ଦ୍ୱିତୀୟ ବିସ୍ଫୋରଣ ।

ସେହିପରି ବିମାନବନ୍ଦର ନିକଟରୁ ସୁରକ୍ଷାକର୍ମୀ ଆଉ ଏକ ଅଫୁଟା ବୋମା ବି ଉଦ୍ଧାର କରିଥିଲେ । ତେବେ ଚିନ୍ତାର ବିଷୟ ହେଉଛି ଡ୍ରୋନ୍ ସାହାଯ୍ୟରେ ଏୟାରପୋର୍ଟକୁ ଟାର୍ଗେଟ କରାଯାଇଥିଲା । ବିସ୍ଫୋରଣ ଲାଗି IED ବ୍ୟବହାର କରାଯାଇଥିବା ଜଣାପଡିଥିବା ବେଳେ କୌଣସି ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରେ ଏହା ପ୍ରଥମ ଡ୍ରୋନ ଆକ୍ରମଣ ଥିଲା ।

Odisha Attack Drone Drone Attack
Advertisment
Advertisment