modi-addresing
ନୂଆଦିଲ୍ଲୀ: ପୂର୍ବ ସୂଚନା ମୁତାବକ ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ସମ୍ବୋଧନରେ ଦେଶବାସୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ନେଇ ସେ କହିଛନ୍ତି ଯେ ପାପ, ଭୁଲ ଓ ବେମାରୀକୁ ଆଦୌ ଛୋଟ ଭାବିବା ଉଚିତ ନୁହେଁ। ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି। ଆମେ ଏକଥା ଭୁଲିବାନି ଯେ ଲକ୍ଉଡାଉନ ଯାଇଥିଲେ ବି ଭାଇରସ ଯାଇନି। ସମ୍ଭାଳି ଯାଇଥିବା ସ୍ଥିତିକୁ ଆମେ ପୁଣିଥରେ ବିଗିଡ଼ିବାକୁ ଦେବାନି ବୋଲି ମୋଦି କହିଛନ୍ତି।
କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଭାରତରେ ପ୍ରତି ୧୦ ଲକ୍ଷରେ ମୃତ୍ୟୁ ହାର ୮୩ ରହିଛି। ଅନ୍ୟ ଦେଶରେ ମୃତ୍ୟୁହାର ୧୦ ଲକ୍ଷରେ ୬ଶହରୁ ଅଧିକ ରହିଛି। ଏଣୁ ଭାରତ ନିଜ ନାଗରିକଙ୍କ ଜୀବନ ବଞ୍ଚାଇବାକୁ ଅଧିକ ସଫଳ ହୋଇଛି। ଆମ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ନିଃସ୍ୱାର୍ଥ୍ୟ ସେବା ଜାରି ରଖିଛନ୍ତି। ବର୍ତ୍ତମାନ ସମୟ ଆଦୌ ଅବହେଳା କରିବାର ସମୟ ନୁହେଁ। କରୋନା ଚାଲିଗଲା, ଆଉ ଭୟ ନାହିଁ ବୋଲି ଭାବିବା ଉଚିତ ନୁହେଁ ବୋଲି ମୋଦି କହିଛନ୍ତି।
ସେହିପରି ବେପରୁଆ ଲୋକମାଙ୍କୁ ସଚେତନ କରାଇ ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଲୋକ ସୁରକ୍ଷା ବନ୍ଦ କରିଦେବା ବା ଢିଲା ମାରିବା ଦେଖାଯାଉଛି। ଯଦି ଏମିତି କରୁଥିବେ, ତେବେ ନିଜ ପରିବାରକୁ ସଂକଟରେ ପକାଉଛନ୍ତି। କିଛି ଦେଶରେ କରୋନା କମୁଥିଲା, କିନ୍ତୁ ଏବେ ଚିନ୍ତାଜନକ ଭାବେ ବଢ଼ୁଛି। ତେଣୁ ଭ୍ୟାକସିନ ନଆସିବା ଯାଏଁ କରୋନା ବିରୋଧୀ ଲଢ଼େଇକୁ ଢିଲା କରିବାନି। ସଫଳତା ନମିଳିବା ପର୍ଯ୍ୟନ୍ତ ଆଦୌ ହେଳା କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି କରୋନା ଭ୍ୟାକ୍ସିନ ସମ୍ପର୍କରେ ବି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି ଯେ ଭାରତରେ ଏବେ ବହୁ କରୋନା ଭ୍ୟାକସିନ କାମ ଚାଲୁ ରହିଛି। ଭ୍ୟାକସିନ ଆଣିବା କ୍ଷଣି ସବୁ ଲୋକଙ୍କ ପାଖରେ ପହଞ୍ଚିବା ବ୍ୟବସ୍ଥା ହେଉଛି।
ଦେଶର ସବୁ ଲୋକଙ୍କ ପାଖରେ ଭ୍ୟକ୍ସିନ୍ କେମିତି ପହଞ୍ଚିବ ସେ ନେଇ ବ୍ୟବସ୍ଥା ହେଉଛି। ପାପ, ଭୁଲ ଓ ବେମାରୀକୁ ଆଦୌ ଛୋଟ ଭାବିବା ଉଚିତ ନୁହେଁ। ଯେପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ ଆଦୌ ଢିଲା କରିବାନି। ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା, ହାତ ଧୋଇବାକୁ ଭୁଲିବାନି ବୋଲି ମୋଦି ସଚେତନ କରାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi-addresing_1625206593.jpg)