Advertisment

କେବେ ଆସିବ କରୋନା ଭ୍ୟାକସିନ୍? ଜବାବ ଦେଲା WHO

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସାରା ଦୁନିଆରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ଏବେ ଦୁନିଆର ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି। ପ୍ରାୟ ସବୁ ଦେଶର ଅର୍ଥନୀତି ନିମ୍ନସ୍ତରକୁ ମଧ୍ୟ ଖସିବାରେ ଲାଗିଛି। ତେବେ ଅର୍ଥନୀତିକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଅନେକ ଦେଶରେ ସୁରକ୍ଷା ବ୍ୟବସ୍ଥା ସହ ବ୍ୟବସାୟ ପୁଣିଥରେ ଆରମ୍ଭ ହୋଇଛି। କିନ୍ତୁ ଏବେବି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କରୋନା ଭ୍ୟାକସିନ୍ କେବେ ଆସିବ? ଏବେ ଏହି […]

author-image
Ranjeet Kumar Jena
କେବେ ଆସିବ କରୋନା ଭ୍ୟାକସିନ୍? ଜବାବ ଦେଲା WHO

vaccine

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସାରା ଦୁନିଆରେ ତା'ର କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ଏବେ ଦୁନିଆର ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି। ପ୍ରାୟ ସବୁ ଦେଶର ଅର୍ଥନୀତି ନିମ୍ନସ୍ତରକୁ ମଧ୍ୟ ଖସିବାରେ ଲାଗିଛି। ତେବେ ଅର୍ଥନୀତିକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଅନେକ ଦେଶରେ ସୁରକ୍ଷା ବ୍ୟବସ୍ଥା ସହ ବ୍ୟବସାୟ ପୁଣିଥରେ ଆରମ୍ଭ ହୋଇଛି। କିନ୍ତୁ ଏବେବି ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କରୋନା ଭ୍ୟାକସିନ୍ କେବେ ଆସିବ? ଏବେ ଏହି ଭ୍ୟାକସିନକୁ ନେଇ ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ୍ (WHO) ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି। WHOର କହିବା ଅନୁଯାୟୀ, କରୋନା ଭ୍ୟାକସିନ୍ ପାଇଁ ଏବେ ଲୋକଙ୍କୁ ଆହୁରି ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ିପାରେ।

Advertisment

https://twitter.com/ANI/status/1301826857931694082?s=20

ଜେନିଭାଠାରେ WHOର ମୁଖପାତ୍ର ମାର୍ଗାରେଟ୍ ହ୍ୟାରିସ୍ କହିଛନ୍ତି, ୨୦୨୧ ମଝି ପୂର୍ବରୁ ପର୍ଯ୍ୟାପ୍ତ ଲୋକଙ୍କୁ ଟିକାକରଣ ବା ଭ୍ୟାକସିନ୍ ସମ୍ଭବ ନୁହେଁ। ଅଗଷ୍ଟରେ ରୁଷ୍ କରୋନା ଭ୍ୟାକସିନ୍ ବାହାର କରିସାରିଛି ସତ, କିନ୍ତୁ ଏହାର ସଫଳତା ଅସ୍ପଷ୍ଟ ରହିଛି। ଉକ୍ତ ଭ୍ୟାକସିନର ସୁରକ୍ଷା ଓ ସଫଳତା ଦିଗରେ କୌଣସି ସ୍ପଷ୍ଟତା ମିଳିନାହିଁ।

ସେ ଆହୁରି କହିଛନ୍ତି, ଆମେରିକା କହୁଛି ଯେ ସେମାନେ ଅକ୍ଟୋବରରେ ହିଁ ଗଣଟିକାକରଣ କରିବ। କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ହ୍ୟୁମାନ୍ ଟ୍ରାଏଲ୍ ଅଧିକ ସମୟ ଲାଗୁଛି। କାରଣ ଆମକୁ ଦେଖିବାକୁ ପଡ଼ିବ ଯେ ଏହି ଭ୍ୟାକସିନ୍ ବାସ୍ତବରେ କେତେ ମାତ୍ରାରେ ଫଳପ୍ରଦ ଏବଂ ସୁରକ୍ଷିତ ସାବ୍ୟସ୍ତ ହେଉଛି। ତେଣୁ ଏସବୁକୁ ଦେଖିଲେ ଲାଗୁଛି ଯେ ୨୦୨୧ ସୁଦ୍ଧା ପର୍ଯ୍ୟାପ୍ତ ଟିକାକରଣ ସମ୍ଭବ ନୁହେଁ ବୋଲି ହ୍ୟାରିସ୍ କହିଛନ୍ତି।

Advertisment
Advertisment
Advertisment