/odishatv-khabar/media/post_attachments/uploadimage/library/16_9/16_9_0/Tripura_1626333888.jpg)
Tripura
କୋଭିଡ ନିୟମକୁ ପାଳନ କରିବା ଆଳରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା। ଘଟଣା ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ ଡିଏମ୍ ଜଣଙ୍କ ଦଳବଳ ଧରି ବିବାହମଣ୍ଡପକୁ ଯାଇ ଯେଉଁ ହରକତ୍ କରିଛନ୍ତି ତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାପରେ ଅବଶ୍ୟ ସେ ନିଜ ଆଚରଣ ପାଇଁ କ୍ଷମା ମାଗିଛନ୍ତି, କିନ୍ତୁ ଡିଏମଙ୍କ ଅଭଦ୍ରାମୀକୁ ଗୁରତର ସହ ନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ।
କଣ ଥିଲା ଘଟଣା-
ବିବାହ ଉତ୍ସବରେ ଡିଏମଙ୍କ ହଙ୍ଗାମା। ଇଏ ଜଣେ ଜିଲ୍ଲାପାଳ। ଆଉ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଦଳବଳ ସହ ବିବାହ ମଣ୍ଡପକୁ ଝ଼ଡ଼ ବେଗରେ ପଶି ଏକଦମ୍ ସିଂଘମ୍ ଷ୍ଟାଇଲ୍। ପଣ୍ଡିତଜୀଙ୍କୁ ଥାପଡ଼। ବର ଗଳାରେ ଧକ୍କା। କନ୍ୟାର ଭାଇ ସହ ଅଭଦ୍ରାମୀ। ଯିଏ ସାମ୍ନାରେ ପଡ଼ିଲେ ଗିରଫ ନିର୍ଦ୍ଦେଶ ସହ ଜେଲରେ ଫିଙ୍ଗିବାକୁ ଧମକ୍। ଖାଲି ସେତିକି ନୁହେଁ ସର୍ବସାଧାରଣରେ ପୋଲିସକୁ ବି ସାଂଘାତିକ ଗାଳି। ବୋଧେ ନାୟକ ଫିଲ୍ମରୁ ଉପରେ ହୋଇ ଅଗରତାଲାର ଦୁଇ ଦୁଇଟି ବାହା ମଣ୍ଡପରେ ପଶ୍ଚିମ ତ୍ରିପୁରା ଜିଲ୍ଲାପାଳଙ୍କ ଏ ସାହେବୀ ହରକତ୍ କିନ୍ତୁ ତାଙ୍କୁ ଏକଦମ ଭାରି ପଡ଼ିଛି। କୋଭି଼ଡ ନିୟମ ପାଳନ ଆଳରେ ଜିଲ୍ଲାପାଳ ଶୈଳେଶ କୁମାର ଯାଦବଙ୍କ କାର୍ନାମାର ଏ ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା।
https://twitter.com/Pronamotweets/status/1386991403696214018?s=20
ଖୋଦ୍ ଆଇଏଏସ ଓ ଆଇପିଏସ୍ ବିରାଦରୀ ମଧ୍ୟ ଡିଏମ୍ ଶୈଳେଶଙ୍କ ଏଭଳି ଆଚରଣ ତୀବ୍ର ନିନ୍ଦା କରିଛନ୍ତି। କିଏ ଏହା ଅତ୍ୟନ୍ତ ଅନ୍ପ୍ରଫେସ୍ନାଲ୍ ତ କିଏ ଏଭଳି ଆଚରଣକୁ ଅତ୍ୟନ୍ତ ଅମାନବୀୟ ବୋଲି କହିବା ସହ ଜିଲ୍ଲପାଳଙ୍କୁ ଆଉଥରେ ଟ୍ରେନିଂ ପଠାଯାଉ ବୋଲି କହିଛନ୍ତି। ତେବେ କେହି କେହି ବି ଡିଏମଙ୍କ ପକ୍ଷ ନେଇ କୋଭିଡ୍ ସ୍ଥିତିରେ ଜିଲ୍ଲାପାଳ ଆଉ କଣ କରିପାରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି।
ତେବେ ଉତ୍ସବ ଭାଙ୍ଗିଯିବା ପରେ ଜଣେ ମଙ୍ଗୁଳା କନ୍ୟାଙ୍କ ଭାଇ ଯେ କି ଜଣେ ସର୍ଜନ ବୋଲି ଭିଡିଓରେ କହୁଛନ୍ତି, ଫେସବୂକ ପୋଷ୍ଟ କରି ବିବାହ ପାଇଁ ସେମାନଙ୍କ ପାଖରେ ସମସ୍ତ ଅନୁମତି ଥିଲା, ଖୋଦ୍ ଡିଏମ୍ ହିଁ ଏଥିପାଇଁ ମଂଜୁରୀ ଦେଇଥିଲେ,ଏବଂ ଗାଇଡଲାଇନ ମାନି ଉତ୍ସବର ଆୟୋଜନ କରାଯାଇଥିଲା ବୋଲି ଉଲ୍ଲେଖ କରିଛନ୍ତି। ତେଣୁ ଏସବୁ ସତ୍ତ୍ୱେ ଜିଲ୍ଲାପାଳଙ୍କ ଏଭଳି ଆଚରଣକୁ ସବୁ ସ୍ତରରୁ ନିନ୍ଦା କରାଯାଇଛି। ତ୍ରିପୁରାର ତିନିଜଣ ବିଜେପି ବିଧାୟକ ମଧ୍ୟ ଜିଲ୍ଲାପାଳଙ୍କୁ ତୁରନ୍ତ ସସ୍ପେଣ୍ଡ କରାଯିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଦାବି କରିଛନ୍ତି।
ତେବେ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପରେ ଡିଏମ୍ ଶୈଳେଶ କୁମାର ଯାଦବ ନିଜ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବା ସହ କାହାର ଭାବନାକୁ ଆଘାତ କରିବା ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ରିପୋର୍ଟ ତଲବ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)