Advertisment

୨୬ ଜାନୁଆରୀ ଟ୍ରାକ୍ଟର ରାଲି ହିଂସାରେ ୮୪ ଗିରଫ, ୩୮ ମାମଲା ରୁଜୁ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ଘଟଣାରେ ମୋଟ ୩୮ଟି ଏଫ୍‌ଆଇଆର୍ ରୁଜୁ କରିଛି ଦିଲ୍ଲୀ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୮୪ ଜଣଙ୍କୁ ପ୍ରମାଣ ସହିତ ଗିରଫ କରାଯାଇଛି। ଏନେଇ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିବା ୧୩ ଜଣ କୃଷକ ନେତାଙ୍କୁ ହିଂସା ପାଇଁ ନୋଟିସ୍ କରାଯାଇଛି। ଏଥିରେ ଭାରତୀୟ କିଶାନ ୟୁନିୟନ୍‌ (ବିକେୟୁ)ର ନେତା ରାକେଶ ଟିକାୟତଙ୍କ […]

author-image
Abinash Pati
୨୬ ଜାନୁଆରୀ ଟ୍ରାକ୍ଟର ରାଲି ହିଂସାରେ ୮୪ ଗିରଫ, ୩୮ ମାମଲା ରୁଜୁ

delhi

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ କୃଷକଙ୍କ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ଘଟଣାରେ ମୋଟ ୩୮ଟି ଏଫ୍‌ଆଇଆର୍ ରୁଜୁ କରିଛି ଦିଲ୍ଲୀ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୮୪ ଜଣଙ୍କୁ ପ୍ରମାଣ ସହିତ ଗିରଫ କରାଯାଇଛି। ଏନେଇ ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ଏଥିସହିତ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିବା ୧୩ ଜଣ କୃଷକ ନେତାଙ୍କୁ ହିଂସା ପାଇଁ ନୋଟିସ୍ କରାଯାଇଛି। ଏଥିରେ ଭାରତୀୟ କିଶାନ ୟୁନିୟନ୍‌ (ବିକେୟୁ)ର ନେତା ରାକେଶ ଟିକାୟତଙ୍କ ନାଁ ବି ରହିଛି। ତା ସହିତ ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଏବଂ ପ୍ରଖ୍ୟାତ ସମାଜ ସେବୀ ମେଧା ପାଟକରଙ୍କୁ ମଧ୍ୟ ନୋଟିସ କରିଛି ଦିଲ୍ଲୀ ପୋଲିସ।

ଟ୍ରାକ୍ଟର ରାଲି ପାଇଁ ସର୍ତ୍ତ ଉଲ୍ଲଂଘନରେ ଦୋଷୀ ସହିତ କୃଷକ ନେତାମାନଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ସମ୍ପୃକ୍ତ ବିଭାଗ ଯଥା ହତ୍ୟା ଉଦ୍ୟମ, ଦଙ୍ଗା ପାଇଁ ଦଣ୍ଡ ଏବଂ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ବ୍ୟାହତ କରିବା ଆଦି ଅଭିଯୋଗରେ ବୁକ୍ କରାଯାଇଛି।

Advertisment

ଏହି ହିଂସା ପରେ ସାମ୍ବାଦିକ ସମ୍ମିଳନୀ କରି କୃଷକ ନେତାଙ୍କୁ ଦୋଷୀ ଦର୍ଶାଇଥିଲେ ଦିଲ୍ଲୀ ପୋଲିସ କମିଶନର ଏସ୍‌ଏନ୍‌ ଶ୍ରୀବାସ୍ତବ। କୃଷକ ନେତାମାନେ ସର୍ତ୍ତ ଉଲ୍ଲଂଘନ କରିଥିବାରୁ ଏପରି ହୋଇଥିଲା ବୋଲି ସେ କହିଥିଲେ। କୃଷକଙ୍କ ହିଂସାତ୍ମକ ଟ୍ରାକ୍ଟର ରାଲିରେ ପାଖାପାଖି ୪୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ପୋଲିସ ବ୍ୟାରିକେଡ୍‌ ଓ ଗାଡ଼ି ଭାଙ୍ଗିଥିବା ସୂଚନା ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଯେଉଁମାନେ ହିଂସାରେ ସାମିଲ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଓ ଜନସମ୍ପତ୍ତି ନଷ୍ଟ କରିଥିଲେ ସେହି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଫେସ୍‌ ରିକଗ୍‌ନିସନ ସଫ୍ଟୱେୟାର ବ୍ୟବହାର କରୁଛି।

ସୂଚନା ଥାଉକି ଗୁରୁବାର ସୁଦ୍ଧା ଏହି ଘଟଣାରେ ଦିଲ୍ଲୀ ପୋଲିସ ମୋଟ ୨୨ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ସୋମବାର ୯ଟି ମାମଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ବିଭାଗକୁ ତଦନ୍ତ ପାଇଁ ଦିଆଯାଇଛି।

ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ବାହାର କରିବା ପାଇଁ ଜିଦ୍‌ରେ ଅଡ଼ି ବସିବାରୁ ଦିଲ୍ଲୀ ପୋଲିସ ପକ୍ଷରୁ କୃଷକଙ୍କୁ ଅନୁମିତ ଦିଆଯାଇଥିଲା। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ରୋଡ୍‌ରେ ରାଲି କରିବାକୁ ସର୍ତ୍ତ ରହିଥିଲା। କିନ୍ତୁ କିଛି କୃଷକ ଦଳ ସର୍ତ୍ତ ଉଲ୍ଲଂଘନ କରି ଅନ୍ୟ ରୁଟ୍‌ରେ ଚାଲିଯାଇଥିଲେ।

ଏହାପରେ ହିଂସାତ୍ମକ ଭାବେ ଟ୍ରାକ୍ଟର ଚଳାଇଥିଲେ। ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତା ସହିତ ଲାଲ୍ କିଲାରେ ତ୍ରିରଙ୍ଗାକୁ ଅସମ୍ମାନ କରି ନିଶାବ ସାହୀବ ପତାକା ଉଡ଼ାଯାଇଥିଲା। ଏହି ଘଟଣା ପରେ ଦେଶ ବ୍ୟାପୀ ଏହି ଉଷୃଙ୍ଖଳାକୁ ନିନ୍ଦା କରାଯିବା ସହିତ କେତେକ କୃଷକ ନେତା ଏହାକୁ ତୀବ୍ର ସମାଲୋଚନା କରିଥିଲେ। ଏମିତିକି ଦୁଇଟି ମୁଖ୍ୟ ସଂଗଠନ ଆନ୍ଦୋଳନରୁ ଓହରି ମଧ୍ୟ ଯାଇଥିଲେ।

Advertisment
Advertisment