Advertisment

ଗାଜିପୁର ସୀମାରେ ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ : ଗାଡ଼ି ଭଙ୍ଗାରୁଜା କଲେ ଚାଷୀ ଭାଇ

ନୂଆଦିଲ୍ଲୀ : ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ ।  ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ…

author-image
Prangyan Parimita
ଅଦ୍ୟତନ ହୋଇଛି
ଗାଜିପୁର ସୀମାରେ ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ : ଗାଡ଼ି ଭଙ୍ଗାରୁଜା କଲେ ଚାଷୀ ଭାଇ

delhi

ନୂଆଦିଲ୍ଲୀ : ବିଜେପି କର୍ମୀ ଓ କୃଷକ ମୁହାଁମୁହିଁ ।  ଦିଲ୍ଲୀର ଗାଜିପୁର ସୀମାରେ କୃଷକ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ମଧ୍ୟରେ ହଙ୍ଗାମା ହୋଇଛି । ବିଜେପି କର୍ମୀମାନେ ଜଣେ ନେତାଙ୍କ ସ୍ୱାଗତ ପାଇଁ ଯାଇଥିବା ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଦୋଳନରତ ଚାଷୀମାନେ ପ୍ରଥମେ ବିବାଦ ଆରମ୍ଭ କରିବା ସହ ପଥର ମାଡ଼ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ତେବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଗଲା ଯେ ବିଜେପି ନେତାଙ୍କ କାରକୁ ସେଠାରୁ ବାହାର କରିବା ପାଇଁ ପୋଲିସକୁ ଅନେକ ଘଣ୍ଟା ଧରି ପରିଶ୍ରମ କରିବାକୁ ପଡ଼ିଥିଲା ।

Advertisment

ପୁରା ଘଟଣାକୁ ନେଇ କୃଷକ ନେତା ରାକେଶ ଟିକାୟତ୍ ବିଜେପି ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ‌ଆଣିଛନ୍ତି । ବିଜେପି ନେତାମାନେ ବଳପୂର୍ବକ କୃଷକଙ୍କ ମଞ୍ଚ ହଡ଼ପ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । କର୍ମୀମାନେ କୃଷକଙ୍କ ମଂଚ ଉପରକୁ ଆସି ତାଙ୍କ ନେତାଙ୍କ ସ୍ୱାଗତ କରିଥିଲେ । ଏହା ଆଦୌ ଠିକ୍ ନୁହେଁ । ରାସ୍ତାରେ କୃଷକଙ୍କ ମଂଚ ଅଛି ବୋଲି ଯେ କେହି ବି ଆସି ଯାଉଛନ୍ତି । ମଞ୍ଚ ଉପରକୁ ଆସିବାକୁ ହେଲେ ବିଜେପି ଛାଡ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଧମକ ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ୍ । ଆମ ମଂଚରେ ବିଜେପି ପତାକା ଲହରାଇଲେ ତାଙ୍କୁ ଉତ୍ତମ ମଧ୍ୟମ ଦେବାକୁ ପଛାଇବୁ ନାହିଁ । ପୋଲିସି ଉପସ୍ଥିତିରେ ବିଜେପି ନେତାମାନ କୃଷକଙ୍କ ମଂଚ ହାତେଇବାକୁ ବସିଥିଲେ । ଯଦି ମଂଚ ଭଲ ଲାଗୁଛି ତେବେ ଆନ୍ଦୋଳନରେ ସାମିଲ ହେବାକୁ ପଡ଼ିବ ।

Advertisment

କୃଷକ ସଂଗଠନ କହିବା ଅନୁସାରେ, ଗାଜିପୁର ସୀମାରେ ଥିବା ଫ୍ଲାଏ ଓଭରରେ ଥିବା ମଞ୍ଚ ନିକଟରେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ ବିଜେପି କର୍ମୀ । ଜଣେ ନେତାଙ୍କୁ ସ୍ୱାଗତ କରିବା ବାହାନାରେ ଡ୍ରମ ବଜାଇ ଆନ୍ଦୋଳନକୁ ବିରୋଧ କରିଥିଲେ । ଚାଷୀଭାଇଙ୍କୁ ସେମାନେ ଲାଠିରେ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ।

Bjpleader Farmers Dispute
Advertisment
Advertisment