/odishatv-khabar/media/post_attachments/uploadimage/library/16_9/16_9_0/manish_1625330163.jpg)
manish
ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଖୋଦ୍ ସିସୋଦିଆ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ମନୀଷ ସିସୋଦିଆ ଲେଖିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏଥିପାଇଁ ମୁଁ ନିଜକୁ କ୍ୱାରେଣ୍ଟିନ୍ କରିଛି। ବର୍ତ୍ତମାନ ଜ୍ୱର କିମ୍ବା ଅନ୍ୟ କୌଣସି ସମସ୍ୟା ନାହିଁ ଏବଂ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆପଣମାନଙ୍କ ଆଶୀର୍ବାଦରେ ଶୀଘ୍ର ସୁସ୍ଥ ହୋଇ କର୍ମକ୍ଷେତ୍ରକୁ ଫେରିବି।
Advertisment
https://twitter.com/msisodia/status/1305508802075131905?s=20
ସୂଚନାଯୋଗ୍ୟ, ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ ୩୨୨୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୬ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଆମ୍ ଆଦମୀ ପାର୍ଟିର ତିନିଜଣ ବିଧାୟକ ଗିରୀଶ ସୋନି, ପ୍ରମିଳା ଟୋକସ୍ ଓ ବିଶେଷ ରବି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାବ୍ୟତୀତ ବିଧାନସଭାର ତିନିଜଣ ଷ୍ଟାଫଙ୍କର କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)