Advertisment

ଅନ୍‌ଲାଇନ୍ ଠକାମୀର ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: ଅନ୍‌ଲାଇନ୍ ଠକାମୀରେ ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଝିଅ ହର୍ଷିତା କେଜରିୱାଲି। ଏକ ପୁରୁଣା ସୋଫାକୁ ଅନ୍‌ଲାଇନ୍‌ରେ ବିକ୍ରି କରୁଥିବା ବେଳେ ଠକମାନେ ତାଙ୍କ ଠାରୁ ୩୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକ ବ୍ୟକ୍ତି ଜଣକ ନିଜେ ସୋଫାର ଗ୍ରାହକ ବୋଲି ନିଜକୁ ପରିଚୟ ଦେଇଥିଲା। ପରେ ବିଶ୍ୱାସ ଜନ୍ମାଇବା ପାଇଁ କିଛି ଟଙ୍କା ହର୍ଷିତାଙ୍କ ଝିଅଙ୍କ ଆକାଉଣ୍ଟକୁ ପଠାଇଥିଲା। ଏହାପରେ ହର୍ଷିତାଙ୍କୁ କୋଡ୍‌ ସ୍କାନ୍ କରିବାକୁ କହିଥିଲା। […]

author-image
Abinash Pati
ଅନ୍‌ଲାଇନ୍ ଠକାମୀର ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଝିଅ

kejriwal

ନୂଆଦିଲ୍ଲୀ: ଅନ୍‌ଲାଇନ୍ ଠକାମୀରେ ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଝିଅ ହର୍ଷିତା କେଜରିୱାଲି। ଏକ ପୁରୁଣା ସୋଫାକୁ ଅନ୍‌ଲାଇନ୍‌ରେ ବିକ୍ରି କରୁଥିବା ବେଳେ ଠକମାନେ ତାଙ୍କ ଠାରୁ ୩୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

Advertisment

ଠକ ବ୍ୟକ୍ତି ଜଣକ ନିଜେ ସୋଫାର ଗ୍ରାହକ ବୋଲି ନିଜକୁ ପରିଚୟ ଦେଇଥିଲା। ପରେ ବିଶ୍ୱାସ ଜନ୍ମାଇବା ପାଇଁ କିଛି ଟଙ୍କା ହର୍ଷିତାଙ୍କ ଝିଅଙ୍କ ଆକାଉଣ୍ଟକୁ ପଠାଇଥିଲା। ଏହାପରେ ହର୍ଷିତାଙ୍କୁ କୋଡ୍‌ ସ୍କାନ୍ କରିବାକୁ କହିଥିଲା। ହର୍ଷିତା ବାର୍‌କୋଡ୍ ସ୍କାନ୍ କରିବା ପରେ ଇନ୍‌ଷ୍ଟଲ୍‌ମେଣ୍ଟରେ ଦୁଇଥର ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା। ପ୍ରଥମେ ୨୦ ହଜାର ଓ ପରେ ୧୪ ହଜାର ଟଙ୍କା ହର୍ଷିତାଙ୍କ ଆକାଉଣ୍ଟରୁ ଡେବିଟ୍ ହୋଇଯାଇଥିଲା।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିବାସ ନିକଟସ୍ତ ସିଭିଲ ଲାଇନ୍‌ ପୋଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି। ଧୋକା ପୋଲିସ୍ ମଧ୍ୟ ଠକକୁ ଖୋଜିବା ଆରମ୍ଭ କରିଦେଇଛି।

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କର ଗୋଟିଏ ପୁଓ ଓ ଗୋଟିଏ ଝିଅ। ପୁଅ ପୁଲକିତ କେଜରିୱାଲ ଓ ଝିଅ ହର୍ଷିତା।୨୦୧୪ରେ ସିବିଏସ୍‌ଇ ଯୁକ୍ତ ଦୁଇରେ ହର୍ଷିତା ୯୬ ପ୍ରତିଶତ ରଖି ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଦିଲ୍ଲୀ ଆଇଆଇଟିରୁ କେମିକଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି।

ଅନ୍‌ଲାଇନ୍ ଠକଙ୍କୁ ସାବଧାନ

ସାଧାରଣତଃ ଯେଉଁମାନେ ଅନ୍‌ଲାଇନ୍‌ରେ ସପିଂ କରନ୍ତି ସେମାନଙ୍କୁ ହିଂ ଟାର୍ଗେଟ୍‌ କରନ୍ତି ଅନ୍‌ଲାଇନ୍‌ ଠକ। ସାମଗ୍ରୀ କିଣୁଥିବା ବ୍ୟକ୍ତିଙ୍କୁ ଅନ୍‌ଲାଇନ୍‌ରେ ଲୋଭ ଦେଖାନ୍ତି। ଆଉ ଗ୍ରାହକ ଥରେ ତାଙ୍କ ପ୍ରସ୍ତାବରେ ରାଜି ହୋଇଗଲେ ସେମାନେ ପ୍ରଥମ ବାରକୋଡ୍‌ ପଠାଇ ସ୍କାନ୍ କରିବାକୁ କୁହନ୍ତି। ଗ୍ରାହକ ବାର୍‌କୋଡ୍ ସ୍କାନ୍ କରିବା ପରେ ବିଶ୍ୱାସ ଜନ୍ମାଇବା ପାଇଁ ତାଙ୍କ ଆକାଉଣ୍ଟକୁ ପ୍ରଥମେ କିଛି ଟଙ୍କା ଆସିଥାଏ।

ଗ୍ରାହକଙ୍କ ବିଶ୍ୱାସ ଆସିଗଲା ପରେ ସେମାନେ ଅନ୍ୟ ଏକ ବାର୍‌କୋଡ୍ ପଠାନ୍ତି ଓ ସ୍କାନ୍ କରିବାକୁ କୁହନ୍ତି। ଏହି ବାର୍‌କୋଡ୍ କେବଳ ଡିବିଟ୍ ପାଇଁ ଡିଜାଇନ୍ କରାଯାଇଥାଏ। ଗ୍ରାହକ ସେକେଣ୍ଡ ବାର୍‌କୋଡ଼ ସ୍କାନ କରିବା ପରେ ଠକ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା କାଟି ନେଇଯାଇଥାଏ। 

ଆପଣ QR କୋଡ୍‌ ବ୍ୟବହାର କରି ଟଙ୍କା ଦେଲା ବେଳେ ଠକ ଏହି କୋଡ୍‌କୁ ବଦଳାଇ ଦିଅନ୍ତି। ଫଳରେ ଆପଣଙ୍କ ପେମେଣ୍ଟ ସେମାନଙ୍କ ଅକାଉଣ୍ଟକୁ ଚାଲିଯାଏ। ତେବେ QR କୋଡ୍ ବଦଳାଇବାର ଏହି ପ୍ରକ୍ରିୟାକୁ QR କୋଡ୍ ଫିସିଙ୍ଗ ବୋଲି କୁହାଯାଏ। ଏହାଦ୍ୱାରା ଆପଣଙ୍କ ଟଙ୍କା ଦୋକାନୀ ପାଖକୁ ନଯାଇ ଠକର ଆକାଉଣ୍ଟକୁ ଚାଲିଯାଏ।

ଠକାମୀରୁ ବଞ୍ଚନ୍ତୁ

୧. QR କୋଡ୍ ଫିସିଙ୍ଗରୁ ରକ୍ଷା ପାଇବାକୁ ହେଲେ ପେମେଣ୍ଟ ବେଳେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଯେତେବେଳେ ବି ଆପଣ କାହାକୁ ପେମେଣ୍ଟ କରୁଛନ୍ତି  ସ୍କାନିଂ ପରେ ପେମେଣ୍ଟ ରିସିଭରର ନାଁ ଆସୁଛି କି ନାହିଁ ପ୍ରଥମେ ଚେକ୍‌ କରନ୍ତୁ। ପରେ ପେମେଣ୍ଟ କରନ୍ତୁ।

୨. ମେସେଜ୍ କିମ୍ବା ଇ-ମେଲ୍‌ରେ ଆସୁଥିବା ଲୋଭନୀୟ ମେସେଜ୍‌କୁ କ୍ଲିକ୍‌ କରନ୍ତୁ ନାହିଁ କି କୋଡ୍ ସ୍କାନ କରନ୍ତୁ ନାହିଁ।

୩. ମୋବାଇଲ୍‌ କ୍ୟାମେରା ସିଧାସଳଖ କୋଡ୍‌ ସ୍କାନ୍ କରିବା ଅପେକ୍ଷା କୋଡ୍ ସମ୍ପର୍କରେ ସବିଶେଷ ତଥ୍ୟ ଦେଉଥିବା ଆପ୍ ବ୍ୟବହାର କରନ୍ତୁ। ଫଳରେ ରିସିଭରଙ୍କ ସମ୍ପର୍କରେ ସୁନିଶ୍ଚିତ ହୋଇଯିବେ।

୪. ଯଦି ବ୍ୟାଙ୍କରେ ଆପଣଙ୍କ ଅଜାଣତରେ କୌଣସି ଟ୍ରାଜାକ୍ସନ ହୋଇଛି ତେବେ ତୁରନ୍ତ ଏହାର ତଦାରଖ କରନ୍ତୁ। ଏଥିପାଇଁ ନିଜ ବ୍ୟାଙ୍କର ସହଯୋଗ ନିଅନ୍ତୁ। ତା ସହିତ ଠକାମୀରେ ଶିକାର ହେଲେ ସାଇବର ସେଲ୍‌ରେ ଅଭିଯୋଗ କରନ୍ତୁ।

QR କୋଡ୍‌ ସ୍କାନ୍ କରି ପେମେଣ୍ଟ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଏମିତି ଲୁଟିନେବେ ଟଙ୍କା

Advertisment
Advertisment