Advertisment

ରାଜନାଥ ସିଂହଙ୍କ ବଡ଼ ଘୋଷଣା; ୧୦୧ ପ୍ରତିରକ୍ଷା ଉପକରଣକୁ ବ୍ୟାନ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର। ଏବେ ଏହିସବୁ ଉପକରଣ ଦେଶରେ ହିଁ ଉତ୍ପାଦନ କରାଯିବ ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜନାଥ ତାଙ୍କ ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଘୋଷଣା କରିଛନ୍ତି। ଏନେଇ ରାଜନାଥ ଲେଖିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ବ୍ୟାନ୍ […]

author-image
Abinash Pati
ଅଦ୍ୟତନ ହୋଇଛି
ରାଜନାଥ ସିଂହଙ୍କ ବଡ଼ ଘୋଷଣା; ୧୦୧ ପ୍ରତିରକ୍ଷା ଉପକରଣକୁ ବ୍ୟାନ୍

rajnath

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର। ଏବେ ଏହିସବୁ ଉପକରଣ ଦେଶରେ ହିଁ ଉତ୍ପାଦନ କରାଯିବ ବୋଲି ରାଜନାଥ କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜନାଥ ତାଙ୍କ ଅଫିସିଆଲ୍ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଘୋଷଣା କରିଛନ୍ତି।

Advertisment

ଏନେଇ ରାଜନାଥ ଲେଖିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ବ୍ୟାନ୍ ହେବାକୁ ଥିବା ୧୦୧ ପ୍ରତିରକ୍ଷା ଉପରକରଣର ତାଲିକା ପ୍ରସ୍ତୁତ କରିଛି। ଏବେ ଏହିସବୁ ଯୁଦ୍ଧ ସାମଗ୍ରୀ ବିଦେଶରୁ ଆମଦାନୀ ନ ହୋଇ ଦେଶରେ ତିଆରି କରାଯିବ। ଭାରତୀୟ ଯୁଦ୍ଧ ସାମଗ୍ରୀ ଉତ୍ପାଦନ ବଢ଼ାଇବା ପାଇଁ ଏହିସବୁ ସମାଗ୍ରୀ ଉପରେ ବ୍ୟାନ୍ ଲାଗିବ ବୋଲି ରାଜନାଥ ଘୋଷଣା କରିଛନ୍ତି।

ବ୍ୟାନ୍‌ ହେବାକୁ ଯାଉଥିବା ସାମଗ୍ରୀ ଭିତରେ ଆର୍ଟିଲେରୀ ଗନ୍, ଲାଇଟ୍ କମ୍ବାଟ୍‌ ହେଲକପ୍ଟର, ଆସୋଲ୍ଟ ରାଇଫଲ, କରଭେଟ୍ସ, ଯୁଦ୍ଧ ବିମାନ, ରାଡାର୍ସ ଓ ଟ୍ୟାଙ୍କ(ହ୍ୱିଲ୍ଡ ଆର୍ମୋର୍ଡ ଫାଇଟିଂ ଭେଇକଲ୍ସ), ସୋନାର ସିଷ୍ଟମ୍, ଏଲ୍‌ସିଏଚ୍‌ଏସ୍‌ ଆଦି ରହିଛି। ବର୍ତ୍ତମାନ ଠାରୁ ଏହିସବୁ ସାମଗ୍ରୀ ଆମଦାନୀ ନ ହୋଇ ଭାରତରେ ନିର୍ମାଣ କରାଯିବା ବୋଲି ରବିବାର ଘୋଷଣା କରିଛନ୍ତି ରାଜନାଥ। ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ଏହି ସାମଗ୍ରୀ ଆମଦାନୀ ଉପରେ ରୋକ ଲାଗିବ। ଆହୁରି ଅଧିକୁ ଅଧିକ ଆମଦାନୀ ସମାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରାଯାଉଛି।

Advertisment

କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଭାରତୀୟ ଯୁଦ୍ଧାସ୍ତ୍ର ନିର୍ମାତା କମ୍ପାନୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେମାନେ ଏହି ସବୁ ସାମଗ୍ରୀକୁ ନିଜ ଜ୍ଞାନ କୌଶଳ ବ୍ୟବହାର କରି ପ୍ରସ୍ତୁତ କରିପାରିବେ ବୋଲି ରାଜନାଥ କହିଛନ୍ତି।

Advertisment
Advertisment