/odishatv-khabar/media/post_attachments/uploadimage/library/16_9/16_9_0/opd-1_1627294449.jpg)
opd
ୱାଶିଂଟନ: ଲଦାଖର ଗଲୱାନ ଭ୍ୟାଲିରେ ଚୀନ ସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଆମେରିକା। ଆମେରିକା ରାଷ୍ଟ୍ର ସଚିବ ମାଇକ ପୋମ୍ପିଓ ଏ ନେଇ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, “ ଚାଇନା ସହିତ ସଂଘର୍ଷ କରି ମୂଲ୍ୟବାନ ଜୀବନ ହରାଇଥିବା ଭାରତ ପାଇଁ ଆମେ ଗଭୀର ଶୋକ ପ୍ରକାଶ କରୁଛୁ।”
ଚୀନ କୁଟନିତୀଜ୍ଞ ୟାଙ୍ଗ ଜେଇଚିଙ୍କ ସହିତ ଆଲୋଚନା ପରେ ଭାରତ ଯବାନଙ୍କ ପାଇଁ ଶୋକପ୍ରକାଶ କରିବା ସହିତ ସହିଦ ସେମାନଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି ପମ୍ପିଓ।
ଏହାର ଦିନକ ପୂର୍ବରୁ ଗଲୱାନ ଭ୍ୟାଲିରେ ଭାରତ ଓ ଚାଇନ ମଧ୍ୟରେ ଘଟିଥିବା ସଂଘର୍ଷ ବିଷୟରେ ଅବଗତ ଥିବା କହିଥିଲା ଆମେରିକା। ତେବେ ଚାଇନା ସହ ଆଲୋଚନା ପରେ ଭାରତର କ୍ଷତି ପାଇଁ ଦୁଃଖ ପ୍ରକାଶ କରିଛି ଆମେରିକା।
ପ୍ରକାଶ ଥାଉକି, ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ସୋମବାର ରାତିରେ ଭାରତ- ଚାଇନା ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଘଟଣାରେ ୨୦ ଯବାନ ସହିଦ ହୋଇଥିଲେ। ଏଥିରେ ୭୬ ଜଣ ଯବାନ ଚୀନ ସେନା ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ଗୁରୁତର ଆହତ ହୋଇଥିଲେ ଓ ୫୮ ଜଣ ସାମାନ୍ୟ ଆହତ ହୋଇଥିଲେ। ଏଥିରେ କୌଣସି ଭାରତୀୟ ଯବାନ ନିଖୋଜ୍ ହୋଇନଥିବା ସେନା ସୂଚନା ଦେଇଥିଲା।
ଆହତଙ୍କ ମଧ୍ୟରୁ ୧୮ ଜଣ ଲେହରେ ଥିବା ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ଆଉ ୫୮ ଜଣ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)