Advertisment

ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍!

ନୂଆଦିଲ୍ଲୀ: ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ନିସର୍ଗ। ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି। ଆସନ୍ତାକାଲି ରାତି ସୁଦ୍ଧା ନିସର୍ଗ ମହାରାଷ୍ଟ୍ରର ରାଇଗଡ ଏବଂ ଦମନ ମଧ୍ୟବର୍ତ୍ତୀ ସ୍ଥାନରେ ଉପକୂଳ ଛୁଇଁବା ଆଶଙ୍କା ରହିଛି। ଏହି ସମୟରେ ବାଣିଜ୍ୟ ନଗରୀ ମୁମ୍ବାଇ ସହ ଥାନେ, ପଲଘର, ରାଇଗଡ […]

author-image
Chandan Shishu
ବାତ୍ୟାର ରୂପ ନେଲା ନିସର୍ଗ, କାଲି ରାତିରେ ଲ୍ୟାଣ୍ଡଫଲ୍!

nisarg

ନୂଆଦିଲ୍ଲୀ: ସାଇକ୍ଲୋନିକ୍ ଷ୍ଟର୍ମ ବା ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ନିସର୍ଗ। ଆଗାମୀ ୧୨ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି। ଆସନ୍ତାକାଲି ରାତି ସୁଦ୍ଧା ନିସର୍ଗ ମହାରାଷ୍ଟ୍ରର ରାଇଗଡ ଏବଂ ଦମନ ମଧ୍ୟବର୍ତ୍ତୀ ସ୍ଥାନରେ ଉପକୂଳ ଛୁଇଁବା ଆଶଙ୍କା ରହିଛି।

Advertisment

ଏହି ସମୟରେ ବାଣିଜ୍ୟ ନଗରୀ ମୁମ୍ବାଇ ସହ ଥାନେ, ପଲଘର, ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୯୦ରୁ ୧୦୫ କିମି ବେଗରେ ପବନ ବହିପାରେ। ବେଳେବେଳେ ଏହା ବୃଦ୍ଧି ପାଇ ୧୧୫ କିମି ବେଗରେ ବହିପାରେ। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

ସମୁଦ୍ରରେ ୨ ମିଟର ଉଚ୍ଚର ଜୁଆର ଆସିପାରେ। ଏହାର ପ୍ରଭାବରେ ତଳିଆ ଅଂଚଳରେ ଅନେକ ଅଂଚଳ ଜଳମଗ୍ନ ହେବ। ସେପଟେ ଗୁଜରାଟର ଭାବନଗର ଅଞ୍ଚଳରେ ୫୫ରୁ ୬୫ କିିମି ବେଗରେ ପବନ ବହିପାରେ। ସୁରତ, ବରୁଚ ଅଂଚଳରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ। ରତ୍ନଗିରି ଓ ସିନ୍ଧୁଦୁର୍ଗ ଅଂଚଳରେ ୮୦ରୁ ୯୦ କିମି ବେଗରେ ପବନ ବହିବ। ବେଳେବେଳେ ପବନର ବେଗ ୧୦୦ କିମି ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Advertisment

ପରିସ୍ଥିତିକୁ ଦେଖି ଏନଡିଆରଏଫ୍ ପକ୍ଷରୁ ଉପୂକଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି। ସେପଟେ ତଟରକ୍ଷୀ ବାହିନୀ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।

ସାମୁଦ୍ରିକ ଝଡ଼ ନିସର୍ଗ ନେଇ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମୁଦ୍ରିକ ଝଡ଼ ନିସର୍ଗ ଦ୍ୱାରା ଭାରତର ପଶ୍ଚିମ ଉପକୂଳ ପ୍ରଭାବିତ ହେବ। ଏଥିଲାଗି ସମସ୍ତଙ୍କ ସୁରକ୍ଷା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ସାମୁଦ୍ରିକ ଝଡ଼କୁ ନେଇ ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଜନତାକୁ ପ୍ରଧାନମନ୍ତ୍ରୀ ମୋଦି ନିବେଦନ କରିଛନ୍ତି।

Cyclone Nisarga Nisarga Landfall Cyclone Nisarga Latest News Cyclone Nisarga News Cyclone Nisarga Updated News
Advertisment
Advertisment