Advertisment

କରୋନାରୁ ସୁସ୍ଥ ହେବାର ଦିନକ ପରେ ଝାଡ଼ଖଣ୍ଡ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ: କୋଭିଡ-୧୯ରୁ ସୁସ୍ଥ ହେବାର ଗୋଟିଏ ଦିନ ପରେ ଝାଡ଼ଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ସେ ଗତକାଲି ହିଁ କରୋନାରୁ ସୁସ୍ଥ ହୋଇଥିଲେ। ହୃଦ୍‌ଘାତରେ ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେପ୍ଟେମ୍ବର ୨୬ ତାରିଖରେ ଅନସାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଞ୍ଚିର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ଗତକାଲି […]

କରୋନାରୁ ସୁସ୍ଥ ହେବାର ଦିନକ ପରେ ଝାଡ଼ଖଣ୍ଡ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀଙ୍କ ପରଲୋକ

anshari

Advertisment

ନୂଆଦିଲ୍ଲୀ: କୋଭିଡ-୧୯ରୁ ସୁସ୍ଥ ହେବାର ଗୋଟିଏ ଦିନ ପରେ ଝାଡ଼ଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ସେ ଗତକାଲି ହିଁ କରୋନାରୁ ସୁସ୍ଥ ହୋଇଥିଲେ। ହୃଦ୍‌ଘାତରେ ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

Advertisment

ସେପ୍ଟେମ୍ବର ୨୬ ତାରିଖରେ ଅନସାରୀ କରୋନାରେ ଆକ୍ରାନ୍ତ ହେବା ପରେ ରାଞ୍ଚିର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଏହାପରେ ଗତକାଲି ସେ କରୋନାରୁ ସୁସ୍ଥ ହେବା ପରେ ବି ଟ୍ୱିଟ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଏକ୍ସପର୍ଟ ଡାକ୍ତରୀ ଟିମ୍‌ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି, ଓ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଟ୍ୱିଟ୍ କରିଥିଲେ ଅନସାରୀ।

କିନ୍ତୁ ଆଜି ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ହସ୍‌ପିଟାଲ ପ୍ରବକ୍ତା ସୂଚନା ଦେଇଛନ୍ତି। ଅନ୍‌ସାରୀଙ୍କର ମଧୂମେହ ଓ ହାଇପର୍‌ଟେନ୍‌ସନ୍‌ ଭଳି ରୋଗ ଥିଲା। ସେ ନିକଟରେ ହାର୍ଟସର୍ଜରୀ କରିଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

Advertisment

ଝାଡ଼ଖଣ୍ଡ ଦେଓଘରର ମଧୁପୁର ଆସନରୁ ୪ ଥର ପାଇଁ ବିଧାୟକ ହୋଇଥିଲେ ଅନ୍‌ସାରୀ। ମାର୍ଚ୍ଚ ମାସରେ ଦିଲ୍ଲୀର ତବଲୀଗ ଜମାତରୁ ଫେରିବା ପରେ ଅନ୍‌ସାରୀ ଓ ତାଙ୍କ ପୁଅ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ