/odishatv-khabar/media/post_attachments/uploadimage/library/16_9/16_9_0/mohan-delkar_1627367582.jpg)
ମୁମ୍ବାଇ: ମୁମ୍ବାଇର ଏକ ହୋଟେଲ୍ରୁ ଉଦ୍ଧାର ହେଲା ସାଂସଦଙ୍କ ମୃତଦେହ। ଦାଦ୍ରା ନଗର ହାବେଳିରୁ ୭ଥର ସାଂସଦ ହୋଇଥିବା ମୋହନ ଡେଲ୍କରଙ୍କର ମୃତଦେହ ମୁମ୍ବାଇର ମରିନ ଡ୍ରାଇଭ୍ରେ ଥିବା ଏକ ହୋଟେଲ୍ରୁ ଉଦ୍ଧାର କରାଯାଇଛି। ମୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ୍ ସନ୍ଦେହ କରୁଛି। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଲିସ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ମୋହନଙ୍କର ମୃତଦେହ ମିଳିଥିବା ଖବର ପାଇବା ପରେ ଆଜି ସକାଳେ ମୁମ୍ବାଇର ମରିନ ଡ୍ରାଇଭ୍ରେ ଥିବା ସି ଗ୍ରୀନ ହୋଟେଲ୍ରେ ପହଞ୍ଚିଥିଲା ପୋଲିସ। ଘଟଣା ସ୍ଥଳରେ ପହଞ୍ଚବା ପରେ ଶବ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଦେଇଛି।
୫୮ ବର୍ଷୀୟ ମୋହନ ଡେଲ୍କର ଦାଦ୍ରା ନଗର ହାବେଳିରୁ ସ୍ୱାଧୀନ ସାଂସଦ ଥିଲେ। କଂଗ୍ରେସ ସହିତ ମତାନ୍ତର ଯୋଗୁ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । ଗତବର୍ଷ ଦାଦ୍ରା ନଗର ହାବେଳିର ସ୍ଥାନୀୟ ନିର୍ବାଚନ ପାଇଁ ଜେଡିୟୁ ସହିତ ମେଣ୍ଟ କରିଥିଲେ ମୋହନ ଡେଲକର। ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ସହିତ ଆଲୋଚନା ପରେ ଉଭୟଙ୍କ ମଧ୍ୟରେ ମେଣ୍ଟ ହୋଇଥିଲେ। ଜେଡିୟୁ ସହିତ ମେଣ୍ଟ କରିବା ପରେ ଦାଦ୍ରା ନଗର ହାବେଳି ସ୍ଥାନୀୟ ନିର୍ବାଚନରେ ବିଜେପିର ଶିଟ୍ ସଂଖ୍ୟା କମିଥିଲା।
ତେବେ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ କୌଣସି କାମ ପାଇଁ ମୋହନ ଡେଲକାର ମୁମ୍ବାଇ ଆସିଥିଲେ। ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)