/odishatv-khabar/media/post_attachments/uploadimage/library/16_9/16_9_0/mobile_1627366476.jpg)
mobile
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି।
୧. ୨୦୨୧ ବଜେଟ୍ରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ କୃଷି ସେସ୍ ଲଗାଯାଇଛନ୍ତି କେନ୍ଦ୍ର ସରକାର। ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଓ ପେଟ୍ରୋଲ୍ ଉପରେ ଅଢ଼େଇ ଟଙ୍କାର ସେସ୍ ଲଗାଯାଇଛି। ସେସ୍ ଲାଗିବା ପରେ ତୈଳ କମ୍ପାନୀଗୁଡ଼ିକ ଉପରେ ଅଧିକ ବୋଝ ପଡ଼ିବ। ତେବେ ସାଧାରଣ ଜନତା ଉପରେ ଏହାର କୌଣଶି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି।
୨. ମହଙ୍ଗା ହେବା ମୋବାଇଲ୍ ଫୋନ୍। କାରଣ ଚଳିତ ବଜେଟ୍ ମୋବାଇଲ୍ ଉପରକରଣ ଉପରେ କଷ୍ଟମ ଡ୍ୟୁଟି ଲଗାଇଛନ୍ତି କେନ୍ଦ୍ର ସରକାର। ଏହା ଉପରେ କଷ୍ଟମ ଡ୍ୟୁଟି ବଢ଼ାଯାଇ ୨.୫ ପ୍ରତିଶତ କରିଦିଆଯାଇଛି। ତେବେ ତମ୍ବା ଓ ଷ୍ଟିଲ୍ ଉପରେ କଷ୍ଟମ ଡ୍ୟୁଟି କମ୍ କରାଯାଇଛି। ଅକ୍ଟୋବର ମାସରୁ ଦେଶରେ ନୂଆ କଷ୍ଟମ ନିୟମ ଲାଗୁ ହେବ। ତେବେ ନୂଆ କଷ୍ଟମ ନୀତି ଲାଗୁ ହେଲେ ବାହାରୁ ମଗାଯାଉଥିବା ମୋବାଇପ୍ ଉପକରଣ ପାଇଁ କମ୍ପାନୀଗୁଡ଼ିକୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ। ସେହି ଅନୁସାରେ ମୋବାଇଲ୍ ଦାମ୍ ବି ବଢ଼ିବ। ତେବେ ଏହାର ଭଲ ଦିଗଟି ହେଲା କଷ୍ଟମ ଡ୍ୟୁଟି ବଢ଼ିଲେ କମ୍ପାନୀଗୁଡ଼ିକ ଆମଦାନୀ କମାଇବା ସହିତ ଭାରତରେ ଉତ୍ପାଦନ କରିବାକୁ ରାଜିହେବେ। କାରାଖାନ ବସିବ। କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିପାରିଲେ ହେଲା। ତେବେ କେବଳ ମୋବାଇଲ୍ ଫୋନ୍ ନୁହେଁ ସିଲ୍କ ପୋଷାକ, ସିନ୍ଥେଟିକ୍, ଚମଡ଼ା, ରତ୍ନପଥର ଆଦି ଦିଗରେ କଷ୍ଟମ ଡ୍ୟୁଟି ବଢ଼ାଯାଇଛି। ତେଣୁ ଏଗୁଡ଼ିକରେ ବି ମୂଲ୍ୟ ବୃଦ୍ଧି ହେବ।
୩. ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ ଏଥର PSLV-CS51 ଲଞ୍ଚ କରିବ। ମିଶନ ଗଗନାୟନର ପ୍ରଥମ ମାନବ ରହିତ ଲଞ୍ଚ ଚଳିତ ବର୍ଷ ଡିସେମ୍ବର ମାସରେ କରାଯିବ। ଇଜ୍ ଅଫ୍ ଡୁଇଂ ବିଜନେସ ଦ୍ୱାରା ଏକ ଟର୍ବିୟୁନଲ କରାଯିବ। ଯାହା କମ୍ପାନୀଗଡ଼ିକର ବିବାଦର ତୁରନ୍ତ ସମାଧାନ କରିବ। ଆଗାମୀ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ।
୪. ବିଜୁଳି ବିଭାଗ କ୍ଷେତ୍ରରେ ମଧ୍ୟ ତଳିତ ବଜେଟ୍ରେ ଘୋଷଣା ହୋଇଛି। କେନ୍ଦ୍ର ସରକାଙ୍କ ପକ୍ଷରୁ ୩ ଲକ୍ଷରୁ ଅଧିକ କୋଟି ଟଙ୍କାର ପୁଞ୍ଜି ନିବେଶରେ ସ୍କିମ୍ ଲଞ୍ଚ କରାଯିବ। ଏହା ବିଜୁଳି ବିଭାଗର ଭିତ୍ତିଭୂମି ମଜବୁତ କରିବ। ତା ସହିତ ହାଇଡ୍ରୋଜେନ୍ ପ୍ଲାଣ୍ଟ ବସାଇବା ପାିଇଁ ମଧ୍ୟ ସରକାର ଘୋଷଣା କରିଛନ୍ତି। ପିପିପି ମୋଡେଲ୍ରେ ଅନେକ ପ୍ରୋଜେକ୍ଟ ପୂରା କରାଯିବ। ଏଥିରେ ବିଜୁଳି ଅଭାବ କିଛି ମାତ୍ରାରେ ଦୂର କରାଯାଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)