Advertisment

CRPF କ୍ୟାମ୍ପକୁ ଆସିଲା ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍‌ ବିଲ୍

ଶ୍ରୀନଗର: କାଶ୍ମୀର ଭ୍ୟାଲିର ‘ଚାରାରେ ସରିଫ’ରେ ଥିବା ଏକ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଆସିଛି ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍ ବିଲ୍। ତାହା ପୁଣି କେବଳ ଜୁଲାଇ ମାସର। ଏତେ ମୋଟା ଅଙ୍କର ଇଲେକ୍ଟ୍ରିକ୍ ବିଲ୍ ଦେଖି ମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାମ୍ମୁ-କାଶ୍ମରୀ ପାୱାର ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ୧୮୧ ବାଟାଲିୟନ ସିଆର୍‌ପିଏପ୍‌ ନାଁରେ ଏହି ବିଲ୍ ଦେଇଛି। ଯଦିଓ ଜାମ୍ମୁ- ଓ କାଶ୍ମୀର ପୁଲିସ ଏହି ବିଲ୍‌ ପୈଠ କରିଥାଏ। ତେବେ ଏତେ ମୋଟା ଅଙ୍କର ବିଲ୍ ସିଆର୍‌ପିଏଫ୍‌କୁ […]

author-image
Abinash Pati
CRPF କ୍ୟାମ୍ପକୁ ଆସିଲା ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍‌ ବିଲ୍

crpf

ଶ୍ରୀନଗର: କାଶ୍ମୀର ଭ୍ୟାଲିର ‘ଚାରାରେ ସରିଫ’ରେ ଥିବା ଏକ ସିଆର୍‌ପିଏଫ୍‌ କ୍ୟାମ୍ପକୁ ଆସିଛି ୧.୫ କୋଟି ଟଙ୍କାର ଇଲେକ୍ଟ୍ରିକ୍ ବିଲ୍। ତାହା ପୁଣି କେବଳ ଜୁଲାଇ ମାସର। ଏତେ ମୋଟା ଅଙ୍କର ଇଲେକ୍ଟ୍ରିକ୍ ବିଲ୍ ଦେଖି ମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାମ୍ମୁ-କାଶ୍ମରୀ ପାୱାର ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ୧୮୧ ବାଟାଲିୟନ ସିଆର୍‌ପିଏପ୍‌ ନାଁରେ ଏହି ବିଲ୍ ଦେଇଛି।

Advertisment

ଯଦିଓ ଜାମ୍ମୁ- ଓ କାଶ୍ମୀର ପୁଲିସ ଏହି ବିଲ୍‌ ପୈଠ କରିଥାଏ। ତେବେ ଏତେ ମୋଟା ଅଙ୍କର ବିଲ୍ ସିଆର୍‌ପିଏଫ୍‌କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ସିଆର୍‌ପିଏଫ୍‌ ଏଡିଜି ଜୁଲଫିକର ହସନ କହିଛନ୍ତି ଏହା ପିଡିଡିର ତ୍ରୁଟି ହୋଇପାରେ। ଏଥିପାଇଁ ବିଭାଗକୁ ସମ୍ପର୍କ କରାଯାଇଥିଲା କିନ୍ତୁ ଏହା ସପ୍ତାହରୁ ଅଧିକ ସମୟ ଧରି ବନ୍ଦ ରିହିଛି। ତେବେ ଅଗଷ୍ଟ ୨୭ ସୁଦ୍ଧା ଏହାର ସମାଧାନ କରିବାକୁ ସିଆର୍‌ପିଏଫ୍‌ କହିଛି।

Advertisment
Advertisment