/odishatv-khabar/media/post_attachments/uploadimage/library/16_9/16_9_0/raina-3_1625380532.jpg)
raina
ପଠାନକୋଟ: କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ କରିଛନ୍ତି ଅଜଣା ଦୁର୍ବୃତ୍ତ। ଏହି ଘଟଣାରେ ତାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପରିବାର ଲୋକ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଗଷ୍ଟ ୧୯ ତାରିଖରେ ପଠାନକୋଟ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପତ୍ତା ମିଳିପାରି ନାହିଁ। ତେବେ ଘଟଣାରେ ପରେ ସୁରେଶ ରାଇନା ଆଇପିଏଲ୍ରେ ଭାଗ ନ ନେଇ ଭାରତ ଫେରି ଆସିଛନ୍ତି। ଏହି କାରଣରୁ ରାଇନା ଭାରତ ଫେରିଆସିଥିବା କୁହାଯାଉଛି।
ପେଷାରେ କଣ୍ଟ୍ରାକ୍ଟର ଥିବା ରାଇନାଙ୍କ ପିଉସା ଅଶୋକ କୁମାର ଓ ତାଙ୍କ ପରିବାର ସେଦିନ ଛାତ ଉପରେ ଶୋଇଥିଲେ। ଏହି ସମୟରେ ଲୁଟେରାମାନେ ଘର ଭିତରେ ପଶି ଛାତ ଉପରେ ଶୋଇଥିବା ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଗଭୀର ନିଦରେ ଶୋଇଥିବା କାରଣରୁ ହଠାତ୍ ଏମିତି ଆକ୍ରମଣରୁ ନିଜକୁ ରକ୍ଷା କରିପାରି ନଥିଲେ ଅଶୋକଙ୍କ ପରିବାର। ଆକ୍ରମଣକାରୀମାନେ ଧାରୁଆ ଅସ୍ତ୍ରରେ ପରିବାର ଉପରେ ଭୟଙ୍କର ଆକ୍ରମଣ କରିଥିଲେ। ଘଟଣାକ୍ରମେ ପରିବାର ଲୋକଙ୍କୁ ସିଭିଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହି ଆକ୍ରମଣରେ ପରିବାର ମୁଖ୍ୟ ତଥା ସୁରେଶ ରାଇନାଙ୍କ ପିଉଶା ଅଶୋକ(୫୮)ଙ୍କର ମୃତ୍ୟୁ ହୋଇଥିଲା।
ପରିବାରର ଅନ୍ୟ ସଦସ୍ୟ- ରାଇନାଙ୍କ ପିଉସୀ ଆଶା ଦେବୀ (୫୫) ଏବଂ ତାଙ୍କ ପୁଅ କୌଶଲ କୁମାର(୩୨), ଅନ୍ୟ ଏକ ପୁଅ ଅପିନ କୁମାର (୨୪) ଓ ୮୦ ବର୍ଷୀୟା ଶାଶୂ ସତ୍ୟା ଦେବୀ ଆକ୍ରମଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଅପିନ କୁମାର ଓ ସତ୍ୟା ଦେବୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ସଦସ୍ୟ ଏବେ ବି ଚିକିତ୍ସିତ ହେଉଛନ୍ତି। ତେବେ ଆଶା ଦେବୀଙ୍କୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି।
ଏହି ଘଟଣା ପରେ ପୁଲିସ ଓ ଫୋରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘରର ତନ୍ନ ତନ୍ନ ଯାଞ୍ଚ କରିବା ପରେ ମୃତ ଅଶୋକ କୁମାରଙ୍କ ଚେକ୍ବୁକ୍ ଓ ଅନ୍ୟ କିଛି କାଗଜ କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ଅପରାଧୀ ଧରାପଡ଼ି ନାହାଁନ୍ତି।
ଏହି ଘଟଣାରେ ସୁରେଶ ରାଇନାଙ୍କ ବଡ଼ ଭାଇ ଦିନେଶ ରାଇନା ଅପରାଧୀଙ୍କୁ ତୁରନ୍ତ ଧରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଜାତୀୟ ଗଣମଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଉଥିବା ବେଳେ ଏପରି ଦାବି କରିଛନ୍ତି ଦିନେଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)