Advertisment

ଉତ୍ତରାଖଣ୍ଡ ବନ୍ୟା ବିପର୍ଯ୍ୟୟରେ ଓଡ଼ିଆ ପୁଅ ନିଖୋଜ୍‌; ୨୬ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ନାଗାର୍ଜୁନ। ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ […]

author-image
Abinash Pati
ଉତ୍ତରାଖଣ୍ଡ ବନ୍ୟା ବିପର୍ଯ୍ୟୟରେ ଓଡ଼ିଆ ପୁଅ ନିଖୋଜ୍‌; ୨୬ ମୃତଦେହ ଉଦ୍ଧାର

bus

ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ନାଗାର୍ଜୁନ। ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି।

Advertisment

ଅନ୍ୟପଟେ ୩ ଦିନ ହେବ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଚମୋଲିର ତପୋବନ ଟନେଲରେ ନିଖୋଜ ହୋଇଥିବା ୩୦ରୁ ଅଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି। ଉଦ୍ଧାର କାର୍ଯ୍ୟରେ ୫ ଶହ ଯବାନ ଲାଗିଛନ୍ତି। ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ନିଖୋଜ ଥିବା ବେଳେ ୨୬ ଜଣଙ୍କ ମୃତଦେହ ମିଳିଛି।

ତପୋବନରେ ଥିବା ୧୨ ଫୁଟ୍ ଉଚ୍ଚ ଓ ୧୫ ଫୁଟ୍ ଚଉଡ଼ା ଓ ୧.୬ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗର ସମ୍ମୁଖ ଅଂଶ ଭୂସ୍ଖଳନ ଯୋଗୁ ବୋହି ଆସିଥିବା ମାଟି ଓ ଆବର୍ଜନାରେ ପୋତି ହୋଇ ଯାଇଛି। ଫଳରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସି ରହିଛନ୍ତି। ମାଟି ଓ ଆବର୍ଜନା ସଫା କରି ଶ୍ରମିକଙ୍କୁ ବାହାର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି।

Advertisment

[caption id="" align="aligncenter" width="770"] ନିଖୋଜ୍‌ ଥିବା ଝାରଖଣ୍ଡ ଶ୍ରମିକଙ୍କ ପରିବାର ଲୋକେ pic credit-indiatoday[/caption]

ସେହିପରି ନିର୍ମାଣାଧିନ ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ ଓ ଏନ୍‌ଟିପିସି ପ୍ଲାଣ୍ଟ୍ ଅଞ୍ଚଳରେ ନିଖୋଜ ଥିବା ଶ୍ରମିକଙ୍କୁ ଖୋଜା ଯାଉଛି। ନିଖୋଜଙ୍କ ମଧ୍ୟରେ ଏନ୍‌ଟିପିସି ପ୍ଲାଣ୍ଟର ବହୁ ଶ୍ରମିକ ଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଝାରଖଣ୍ଡର ଲୋହାର୍ଡଗ୍ଗା ଗାଁରୁ ୯ ଆଦିବାସୀ ଶ୍ରମିକ ନିଖୋଜ ହୋଇଯାଇଥିବା ଖବର ମିଳିଛି। ଏମାନେ ସମସ୍ତେ ଏନ୍‌ଟିପିସି ଡାମ୍‌ରେ କାମ କରୁଥିଲେ।

ଉଦ୍ଧାର ହେଉଥିବା ଲୋକଙ୍କୁ ସେନାର Mi-17 ଓ ଚିନୁକ୍ ହେଲିକପ୍ଟରରେ ଯୋଶୀ ମଠକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍, କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ. ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ସେପଟେ ରେନୀ ନିକଟରେ ବ୍ରିଜ ଭାସିଯିବାରୁ ୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେମାନଙ୍କୁ ହେଲିକପ୍ଟର ଦ୍ୱାରା ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଉତ୍ତରାଖଣ୍ଡରେ ହୋଇଥିବା ହୀମ ପ୍ରଳୟର କାରଣ ଜାଣିବା ପାଇଁ DRDO ଅଧ୍ୟୟନ ଆରମ୍ଭ କରିଛି।  ଏହାସହ ଇସ୍ରୋକୁ ମଧ୍ୟ ଏନେଇ ଗବେଷଣା କରିବାକୁ ଅନୁରୋଧ କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ୱତ କହିଛନ୍ତି ଯେ ଭବିଷ୍ୟତରେ ଯେମିତି ଏତେବଡ଼ ଅଘଟଣ ଏଡ଼ାଇ ହେବ ଇସ୍ରୋ ଓ ଡିଆରଡିଓର ଗବେଷଣା ପରେ ସେ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ଏବେ ରେସ୍‌କ୍ୟୁ ଅପରେସନରେ ଏକାଧିକ ଏଜେନ୍ସି ଲାଗିଛନ୍ତି। ପ୍ରଥମେ ଲୋକଙ୍କୁ ଉଦ୍ଧାର ଓ ରିଲିଫ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ଫଟୋରୁ ଜଣାପଡ଼ୁଛି ଯେ ଗ୍ଲାସିୟର୍‌ ବିସ୍ଫୋରଣ ଯୋଗୁ ଏହି ବିପର୍ଯ୍ୟୟ ଆସିନାହିଁ, ବରଂ ପାହାଡ଼ରୁ ଲକ୍ଷ ଲକ୍ଷ ଟନ୍‌ ଓଜନର ବରଫ ଅତଡ଼ା ଖସିବାରୁ ଏପରି ହୋଇଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

ଅନ୍ୟପଟେ ଉତ୍ତରାଖଣ୍ଡର ବିପର୍ଯ୍ୟୟ ବିଷୟରେ ରାଜ୍ୟ ସଭାରେ ବିବୃତ୍ତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ହିମ ସ୍ଖଳନ ଯୋଗୁ ଗତକାଲି ସଂଧ୍ୟା ୫ଟା ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏଯାବତ ୧୯୭ ଜଣ ନିଖୋଜ ଅଛନ୍ତି ବୋଲି ସାହ ସୂଚନା ଦେଇଛନ୍ତି। ନିଖୋଜଙ୍କ ମଧ୍ୟରୁ NTPCର ୧୩୯, ରୁଷିଗଙ୍ଗା ପ୍ରକଳ୍ପର ୪୬ ଏବଂ ୧୨ ଗାଁ ଲୋକ ଅଛନ୍ତି ବୋଲି ଶାହ କହିଛନ୍ତି। ତା ସହିତ ଟନେଲରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଉଦ୍ୟମ ଜାରି ରହିଛି ବୋଲି ଶାହ ସୂଚନା ଦେଇଛନ୍ତି। ଏହି ବିପର୍ଯ୍ୟୟରେ ପୋଲ ଧୋଇଯିବାରୁ ୧୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ଗୃହ ମନ୍ତ୍ରୀ କହିଛନ୍ତି।

Uttarakhand Glacial Burst
Advertisment
Advertisment