Advertisment

କରୋନାର ନାମକରଣ କଲା WHO: ଭାରତ ଷ୍ଟ୍ରେନର ନାଁ ରଖିଲା କପ୍ପା ଓ ଡେଲ୍ଟା

ନୂଆଦିଲ୍ଲୀ: ବିଶ୍ୱରେ ସବୁରି ପାଖରେ ପରିଚିତ ନାମ ‘କରୋନା ଭାଇରସ’। ବିଭିନ୍ନ ଭାରିଏଣ୍ଟ  ଅନୁସାରେ ଏହାର ବିଭିନ୍ନ ନାମ ରଖାଯାଇଥିଲା ।  ଏବେ ଏହି ଭାଇରସର ନୂଆ ନାମକରଣ କରିଛି WHO। ପ୍ରଥମେ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟର ନାମକରଣ ସେହି…

author-image
Minati Mishra
ଅଦ୍ୟତନ ହୋଇଛି
କରୋନାର ନାମକରଣ କଲା WHO:  ଭାରତ ଷ୍ଟ୍ରେନର ନାଁ ରଖିଲା କପ୍ପା ଓ ଡେଲ୍ଟା

corona

ନୂଆଦିଲ୍ଲୀ: ବିଶ୍ୱରେ ସବୁରି ପାଖରେ ପରିଚିତ ନାମ ‘କରୋନା ଭାଇରସ’। ବିଭିନ୍ନ ଭାରିଏଣ୍ଟ  ଅନୁସାରେ ଏହାର ବିଭିନ୍ନ ନାମ ରଖାଯାଇଥିଲା ।  ଏବେ ଏହି ଭାଇରସର ନୂଆ ନାମକରଣ କରିଛି WHO। ପ୍ରଥମେ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟର ନାମକରଣ ସେହି ଦେଶ ଅନୁସାରେ କରାଯାଉଥିଲା। ଏହାକୁ  ଭାରତ ପକ୍ଷରୁ ବିରୋଧ କରାଯାଇଥିଲା। ଏପରିକି ପୂର୍ବରୁ ଏହି ଭାଇରସକୁ ଉହାନ ଭାଇରସ କୁହାଯାଉଥିବାରୁ ଚୀନ ମଧ୍ୟ ଏହାକୁ ବିରୋଧ କରିଥିଲା। ଯାହା ବି ହେଉ, ଭାଇରସର ନୂଆ ନାମକରଣ କରି WHO ଏହି ସମସ୍ୟାର ସମାଧାନ କରି ଦେଇଛି।

Advertisment

ଭାରତରେ ଚିହ୍ନଟ କରୋନା ଭାରିଆଣ୍ଟର ନାଁ ଦିଆଯାଇଛି କପ୍ପା ଓ  ଡେଲ୍ଟା।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି। କୌଣସି ଦେଶ ନାଁରେ ନୁହେଁ ବରଂ ଏହାକୁ ଗ୍ରୀକ୍ ଆଲଫାବେଟ୍ ଅନୁସାରେ ଦିଆଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ସଂଗଠନ ପକ୍ଷରୁ କୁହାଯାଇଛି, ଭାରତରେ ଦେଖାଦେଉଥିବା B.1.617.2 ଭାରିଏଣ୍ଟକୁ ଡେଲ୍ଟା (Delta) ଭ୍ୟାରିଏଣ୍ଟ କୁହାଯିବ।  ଏହାବ୍ୟତୀତ ଭାରତରୁ ବାହାରିଥିବା ଆଉ ଏକ ଷ୍ଟ୍ରେନ B.1.617.1କୁ କପ୍ପା (Kappa) ଭ୍ୟାରିଏଣ୍ଟ ରଖାଯାଇଛି।  ସେହିଭଳି ୟୁକେରେ ୨୦୨୦ରେ ମିଳିଥିବା ଭାରିଏଣ୍ଟକୁ ଆଲ୍ଫା, ଦକ୍ଷିଣ ଆଫ୍ରିକା ଭାରିଏଣ୍ଟକୁ ବିଟା ଏବଂ ବ୍ରାଜିଲ୍ ପାଇଁ ଗାମା ନାଁ ଦିଆଯାଇଛି।

Advertisment

ଗତ କିଛି ଦିନ ଧରି ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣକୁ ସେହି ଦେଶ ନାଁରେ ସମ୍ବୋଧନ କରାଯାଉଥିଲା। ତେବେ ଏପରି ନକରି ନୂଆ ନାଁ ଲାଗୁ କରାଯାଇଛି। ଯାହା ଦ୍ୱାରା ଏହି ଭାରିଏଣ୍ଟ ଚିହ୍ନଟ କରିବା ଓ ଏହାର ଉପଚାର ସହଜ ହେବ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ମେ‘ରେ ଭାରତରେ ମିଳିଥିବା କରୋନା ଷ୍ଟ୍ରେନ B.1.617କୁ ଭାରତୀୟ ଭାରିଏଣ୍ଟ ବୋଲି କୁହାଯିବାରୁ ବିବାଦ ଉଠିଥିଲା। ଭାରତର ବିରୋଧ ପରେ  WHO ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା। WHO ଟ୍ୱିଟରରେ ବୟାନ ରଖିଥିଲା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାଇରସକୁ କୌଣସି ଦେଶର ନାମରେ ରିପୋର୍ଟ କରିନାହାନ୍ତି। ସଂଗଠନ ଭାଇରସର ସ୍ୱରୂପକୁ  ତାହାର ବୈଜ୍ଞାନିକ ନାମରେ ନାମିତ କରିଥାଏ। ଅନ୍ୟମାନେ ମଧ୍ୟ ଠିକ ସେମିତି କରିବାକୁ WHO ପକ୍ଷରୁ ଅନୁରୋଧ କରାଯାଇଥିଲା।

Advertisment
Advertisment