Advertisment

ଜାନୁଆରୀ ସୁଦ୍ଧା ଆସିପାରେ କରୋନା ଟିକା; କିନ୍ତୁ ସାମ୍ନାରେ ରହିଛି ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା କରୋନା ଟିକା ମିଳିଯାଇପାରେ ବୋଲି କହିଛନ୍ତି ରଣଦୀପ। ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରଣଦୀପଙ୍କୁ କରୋନା ଟିକା ନେଇ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ରଣଦୀପ କହିଥିଲେ ଯେ, କରୋନା ଭ୍ୟାକ୍ସିନ୍‌ କେବେ ମିଳିବ ତାହା ଠିକ୍ ଭାବେ କହିବା କଷ୍ଟକର। ଏଥିପାଇଁ ଅନେକ ଗୁଡ଼ିଏ କାରଣ […]

author-image
Abinash Pati
ଅଦ୍ୟତନ ହୋଇଛି
ଜାନୁଆରୀ ସୁଦ୍ଧା ଆସିପାରେ କରୋନା ଟିକା; କିନ୍ତୁ ସାମ୍ନାରେ ରହିଛି ବଡ଼ ଚ୍ୟାଲେଞ୍ଜ

aims

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ। ଆସନ୍ତା ବର୍ଷ ଜାନୁଆରୀ ମାସ ସୁଦ୍ଧା କରୋନା ଟିକା ମିଳିଯାଇପାରେ ବୋଲି କହିଛନ୍ତି ରଣଦୀପ।

Advertisment

ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରଣଦୀପଙ୍କୁ କରୋନା ଟିକା ନେଇ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ରଣଦୀପ କହିଥିଲେ ଯେ, କରୋନା ଭ୍ୟାକ୍ସିନ୍‌ କେବେ ମିଳିବ ତାହା ଠିକ୍ ଭାବେ କହିବା କଷ୍ଟକର। ଏଥିପାଇଁ ଅନେକ ଗୁଡ଼ିଏ କାରଣ ବି ରହିଛି। କରୋନା ଟିକାଗୁଡ଼ିକର ପରୀକ୍ଷଣ ଚାଲିଛି। କିନ୍ତୁ ଯଦି ସବୁକିଛି ଯୋଜନା ମୁତାବକ ହେଲା, ଆସନ୍ତାବର୍ଷ ଜାନୁଆରୀ ମାସ ସୁଦ୍ଧା କରୋନା ଟିକା ଭାରତରେ ଉପଲବ୍ଧ ହୋଇପାରେ ବୋଲି ଗୁଲେରିଆ କହିଛନ୍ତି।

ତେବେ ଯଦି ବି କରୋନା ଟିକା ଜାନୁଆରୀ ମାସ ସୁଦ୍ଧା ଉପଲବ୍ଧ ହେଲା, ତେବେ ଆମ ପାଇଁ ଦ୍ୱିତୀୟ ଚ୍ୟାଲେଞ୍ଜ ବି ରହିଛି। ତାହା ହେଲା ଟିକା ବିତରଣ। ପ୍ରାଥମିକ ପର୍ଯ୍ୟାୟରେ ସମସ୍ତଙ୍କ ପାଇଁ ଟିକା ଯଥେଷ୍ଟ ହୋଇପାରିବ ନାହିଁ। ଟିକା‌ ପ୍ରସ୍ତୁତ ହେବା ପରେ ଏହାର ବହୁଳ ଉତ୍ପାଦନ ଓ ଏତେ ସଂଖ୍ୟାରେ ବିତରଣ କରିବା ଦ୍ୱିତୀୟ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି।

Advertisment

ଟିକା ବିତରଣର ମୋଡେଲ୍‌କୁ ନେଇ ସେ କହିଛନ୍ତି, ପ୍ରଥମେ ହାଇ-ରିକ୍ସ ଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବ। ତା ସହିତ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଆଗ ଧ୍ୟାନ ଦିଆଯିବ ବୋଲି ଗୁଲେରିଆ କହିଛନ୍ତି।

Advertisment
Advertisment