/odishatv-khabar/media/post_attachments/uploadimage/library/16_9/16_9_0/vaccine_1625114016.jpg)
vaccine
- ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଝଟକା
- ୨ରୁ ୧୭ବର୍ଷ ବୟସ୍କ ଉପରେ କୋଭୋଭାକ୍କ୍ସj କ୍ଲିନିକାଲ ଟ୍ରାଏଲ ପାଇଁ ହୋଇଥିଲା ଆବେଦନ
- କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି
- ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି
- ପ୍ରଥମେ ବୟସ୍କଙ୍କ ଠାରେ କୋଭୋଭାକ୍ସ ଟିକାର ଟ୍ରାଏଲ ଶେଷ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଝଟକା । ଦେଶର ବୃହତ୍ତମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII)କୁ ବଡ ଝଟକା ଦେଇଛି ସରକାରୀ ପ୍ୟାନେଲ୍ । ସେରମ୍ ପକ୍ଷରୁ ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ୨ରୁ ୧୭ ବର୍ଷ ବୟସ୍କ ଉପରେ ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ କ୍ଲନିକାଲ ଟ୍ରାଏଲ ପାଇଁ ଅନୁମତି ମିଳିନାହିଁ । ୨ରୁ ୧୭ ବର୍ଷ ବୟସ୍କଙ୍କ ଉପରେ କୋଭୋଭାକ୍ସ ଟିକାର ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ ଟ୍ରାଏଲ ପାଇଁ ସେରମ ଇନଷ୍ଟିଚ୍ଯୁଟ ପକ୍ଷରୁ ଅନୁମତି ମଗାଯାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଏହାକୁ ଅନୁମତି ଦେଇନାହାନ୍ତି ।
ଶିଶୁମାନଙ୍କ ଉପରେ କୋଭୋଭାକ୍ସ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ କୌଣସି ଦେଶ ଅନୁମତି ଦେଇ ନଥିବାରୁ ଭାରତରେ ମଧ୍ୟ ଏହାକୁ ଅନୁମତି ମିଳିନାହଁ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅନ୍ୟପଟେ ବୟସ୍କଙ୍କ ଠାରେ କୋଭୋଭାକ୍ସ ଟିକାର ଟ୍ରାଏଲ ପ୍ରଥମେ ଶେଷ କରିବାକୁ ସରକାରୀ ପ୍ୟାନେଲ ନିର୍ଦ୍ଦେଶ ଦେଇଛନ୍ତି ।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଗଷ୍ଟ ୨୦୨୦ରେ ଆମେରିକାର ଟିକା କମ୍ପାନୀ ନୋଭାଭାକ୍ସ ଇନ ସହିତ ଏକ ଚୁକ୍ତି ଘୋଷଣା କରିଥିଲା। ନୋଭାଭ୍ୟାକ୍ସ ଦ୍ୱାରା ପ୍ରସ୍ତୁତ କୋଭିଡ -19 ଟିକାକୁ ଭାରତରେ କୋଭାଭାକ୍ସ ନାମ ଦିଆଯାଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ଦେଶରେ ‘କୋଭସିଲ୍ଡ’ ଟିକା ପ୍ରସ୍ତୁତ କରୁଛି । ‘କୋଭାଭ୍ୟାକ୍ସ’ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଦ୍ୱିତୀୟ ଟିକା ଅଟେ।
ତେବେ କୋଭାଭାକ୍ସ ସମ୍ପର୍କରେ କମ୍ପାନୀର ସିଇଓ ଅଦାର ପୁନାୱାଲା କହିଥିଲେ, “ଏହି ଟିକା ୧୮ ବର୍ଷରୁ କମ୍ ବୟସର ତଥା ଭବିଷ୍ୟତ ପିଢ଼ିକୁ ସୁରକ୍ଷା ଦେବା ପାଇଁ ବିପୁଳ କ୍ଷମତା ରଖୁଛି । କୋଭାଭାକ୍ସର ପରୀକ୍ଷା ଏବେ ବି ଜାରି ରହିଛି । ଆଶା କରାଯାଉଛି ଚଳିତ ବର୍ଷ ବଜାରକୁ ଆସିଯିବ କୋଭାଭାକ୍ସ ଏବଂ ସେପ୍ଟେମ୍ବର ସୁଦ୍ଧା ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)