/odishatv-khabar/media/post_attachments/uploadimage/library/16_9/16_9_0/corona_1623552016.jpg)
corona
ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ମହାରାଷ୍ଟ୍ର ପରେ ଦୈନିକ ସଂକ୍ରମଣରେ ଦ୍ୱିତୀୟ ସର୍ବାଧିକ ରହୁଥିବା କର୍ଣ୍ଣାଟକରେ ବି ଧୀମା ପଡ଼ିଛି ମହାମାରୀର ଗତି । କର୍ଣ୍ଣାଟକରେ ୨ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ୍ ସଂଖ୍ୟା । କର୍ଣ୍ଣାଟକରେ ଏବେ ଆକ୍ଟିଭ୍ କେସ୍ ରହିଛି ୧ ଲକ୍ଷ ୯୧ ହଜାର ୭୯୬ ।
ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ତଳମୁହାଁ ସଂକ୍ରମଣ ହାର । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏବେ ସୁସ୍ଥତା ହାର ରହିଛି ୯୫.୪୮ ପ୍ରତିଶତ । ସେହିପରି ମହାରାଷ୍ଟ୍ରରେ ୧ ଲକ୍ଷ ୫୫ ହଜାର ୪୭୪ ଆକ୍ଟିଭ୍ କେସ ରହିଛି ।
ସେପଟେ ପଞ୍ଜାବରେ ୩ ମାସ ପରେ ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମଣ । ଅନ୍ୟପଟେ ଦେଶରେ ଏଯାଏଁ ମୋଟ ୨୫ କୋଟି ଲୋକଙ୍କୁ ଭ୍ୟାକ୍ସିନ୍ ଦିଆ ସରିଲାଣି । ପ୍ରାୟ ୨୦ କୋଟି ଲୋକେ ଭ୍ୟାକ୍ସିନର ସିଙ୍ଗଲ ଡୋଜ୍ ନେଇସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଦେଶରେ କରୋନା ସଂକ୍ରମଣ ହାର କମୁଥିଲେ ମଧ୍ୟ ବିପଦ ଏଯାଏଁ ଟଳିନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସଚେତନ ନରହିଲେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ।
କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଡିରେକ୍ଟୋରେଟ ଜେନେରାଲ ଅପ୍ ହେଲ୍ଥ ସର୍ଭିସ ଦ୍ୱାରା ଜାରି କରାଯାଇଥିବା ଏହି ଗାଇଡଲାଇନ୍ରେ କୁହାଯାଇଛି ଯେ, ଲକ୍ଷଣହୀନ ଓ କମ୍ ସଂକ୍ରମଣ କ୍ଷେତ୍ରରେ ଷ୍ଟେରଏଡ୍ ବ୍ୟବହାର କରାଯିବା ଅନୁଚିତ ।
ଏହା ଛଡ଼ା ନିଜେ ନିଜେ କୌଣସି ଔଷଧ କିଣି ଖାଇବାକୁ ବାରଣ କରାଯାଇଛି । ଦେଖି ଚାହିଁ ଉପଯୁକ୍ତ ବିଚାର କରି HRCT ଇମେଜିଂ କରାଯିବା ଉଚିତ । ଶିଶୁଙ୍କ କ୍ଷେତ୍ରରେ ରେମଡେସିଭିର ବ୍ୟବହାରକୁ ସମ୍ପୂର୍ଣ୍ଣ ମନା କରାଯାଇଛି । କାରଣ ଏହାର ବ୍ୟବହାର ନେଇ ସୁରକ୍ଷା ଓ ଉପଯୁକ୍ତ ଡାଟାର ଅଭାବ ରହିଛି । ୧୨ ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ ବାପା ମାଆଙ୍କ ତତ୍ୱାବଧାନରେ ୬ ମିନିଟ ବିଶିଷ୍ଟ ଓ୍ୱାକ୍ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ଆକ୍ୟୁଟ ରେସ୍ପିରୋଟୋରି ଡିଷ୍ଟ୍ରେସ୍ ସିଣ୍ଡୋମ୍ ହେଲେ ଉପଯୁକ୍ତ କୋଭିଡ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)