Advertisment

କରୋନା ରୋଗୀଙ୍କ ମୃତଦଦେହକୁ ମିଳୁନି ସମ୍ମାନ: ରାଗିଲେ ସର୍ବୋଚ୍ଚ ଅଦାଲତ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ସହ ଅମାନୁଷିକ ବ୍ୟବହାର ହେଉଛି। ମୃତଦଦେହକୁ ମିଳୁନି ସମ୍ମାନ। ଛାତିକୁ ଥରାଇ ଦେବା ଭଳି କୋଲକାତା ସହରର ଏକ ଦୃଶ୍ୟକୁ ସାମ୍ନାକୁ ଆସିଛି। ଏଠାରେ ଶବକୁ ସିମେଣ୍ଟ ବସ୍ତା ଭଳି ଟାଣି ଗାଡ଼ିରେ ପୂରାଉ ହେଉଛି। ମହାନଗର ନିଗମ କର୍ମଚାରୀ ଯେତିକି ବିଭତ୍ସ, ସେତିକି ସ୍ପର୍ଶକାତର ମଧ୍ୟ। ପୂର୍ବରୁ ମୁମ୍ବାଇର ଏଇଏମ୍ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ନେଇ କିଛି ଭିଡିଓ ଭାଇରାଲ ହୋଇଥିଲା। ଚିକିତ୍ସାଧିନ ରୋଗୀଙ୍କ ନିକଟରେ ପଡ଼ି ରହିଥିଲା କରୋନା ଆକ୍ରାନ୍ତଙ୍କ […]

କରୋନା ରୋଗୀଙ୍କ ମୃତଦଦେହକୁ ମିଳୁନି ସମ୍ମାନ: ରାଗିଲେ ସର୍ବୋଚ୍ଚ ଅଦାଲତ

coorna

Advertisment

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ସହ ଅମାନୁଷିକ ବ୍ୟବହାର ହେଉଛି। ମୃତଦଦେହକୁ ମିଳୁନି ସମ୍ମାନ। ଛାତିକୁ ଥରାଇ ଦେବା ଭଳି କୋଲକାତା ସହରର ଏକ ଦୃଶ୍ୟକୁ ସାମ୍ନାକୁ ଆସିଛି। ଏଠାରେ ଶବକୁ ସିମେଣ୍ଟ ବସ୍ତା ଭଳି ଟାଣି ଗାଡ଼ିରେ ପୂରାଉ ହେଉଛି। ମହାନଗର ନିଗମ କର୍ମଚାରୀ ଯେତିକି ବିଭତ୍ସ, ସେତିକି ସ୍ପର୍ଶକାତର ମଧ୍ୟ।

Advertisment

ପୂର୍ବରୁ ମୁମ୍ବାଇର ଏଇଏମ୍ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ନେଇ କିଛି ଭିଡିଓ ଭାଇରାଲ ହୋଇଥିଲା। ଚିକିତ୍ସାଧିନ ରୋଗୀଙ୍କ ନିକଟରେ ପଡ଼ି ରହିଥିଲା କରୋନା ଆକ୍ରାନ୍ତଙ୍କ ମୃତଦେହ। ଦିଲ୍ଲୀର LNJP ହସ୍ପିଟାଲର ଲବି ଏବଂ ବିଶ୍ରାମକକ୍ଷରେ ମୃତଦେହ ପଡ଼ି ରହିଥିବା ଭିଜୁଆଲକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ କୋଲକାତା ସହରର ଚିତ୍ର ଏସବୁ ଘଟଣାକୁ ବଳିଯାଇଛି।

ଏପଟେ କରୋନା ରୋଗୀଙ୍କ ମୃତଦେହ ପ୍ରତି ଅସମ୍ମାନ ଓ ସେମାନଙ୍କ ଚିକିତ୍ସାରେ ଅବହେଳା ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରୋଗୀଙ୍କ ପାଖରେ ମୃତଦେହ ପଡ଼ି ରହିବା, ରୋଗୀଙ୍କ ମୃତ୍ୟୁ ନେଇ ସମ୍ପର୍କୀୟଙ୍କୁ ସୂଚନା ଦିଆନଯିବା, ମୃତକଙ୍କ ଅନ୍ତ୍ୟେଷ୍ଟିରେ ପରିଜନଙ୍କୁ ସାମିଲ କରାନଯିବା ଭଳି ଅଭିଯୋଗକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତା ସହ କରୋନା ମହାମାରୀରୁ ପରିଚାଳନାକୁ ନେଇ ପ୍ରଶ୍ନ କରିଛନ୍ତି। ଦିଲ୍ଲୀରେ ସ୍ଥିତି ଅତି ଦୟନୀୟ ବୋଲି କୋର୍ଟ କହିଛନ୍ତି। ସେହିପରି ଦିଲ୍ଲୀରେ କରୋନା ଟେଷ୍ଟ ସଂଖ୍ୟା କମୁଥିବାରୁ ପରୀକ୍ଷା ବଢ଼ାଇବା ଲାଗି କୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

କେବଳ ଦିଲ୍ଲୀ ନୁହେଁ, କୋରନା ରୋଗୀଙ୍କ ଚିକିତ୍ସା ଓ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପ୍ରସଙ୍ଗରେ ପଶ୍ଚିମବଂଗ, ମହାରାଷ୍ଟ୍ର, ଓ ତାମିଲନାଡୁ ସରକାରଙ୍କୁ ବି ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ସେହିପରି ରୋଗୀଙ୍କ ଚିକିତ୍ସା ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତ ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Supreme Court India Fights Corona Coronavirus News COVID19 Patients
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ