Advertisment

ଅଣାୟତ କରୋନା, ଦିନକରେ ନେଲା ୧୦୪୫ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ଭାଇରସର ୭୮,୩୫୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୯,୫୨୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୦୪୫ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଣରେ ମୃତ୍ୟୁ ସଂଖ୍ୟା ୬୬,୩୩୩ରେ […]

author-image
Ranjeet Kumar Jena
ଅଣାୟତ କରୋନା, ଦିନକରେ ନେଲା ୧୦୪୫ ଜୀବନ

corona

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ଭାଇରସର ୭୮,୩୫୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୯,୫୨୩ରେ ପହଞ୍ଚିଛି।

Advertisment

ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୦୪୫ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଣରେ ମୃତ୍ୟୁ ସଂଖ୍ୟା ୬୬,୩୩୩ରେ ପହଞ୍ଚିଛି। ତେବେ ଆଶ୍ବସ୍ତିକର କଥା ହେଉଛି ଯେ ଦେଶରେ କରୋନା ମୃତ୍ୟୁ ହାର ୧.୭୫କୁ ହ୍ରାସ ପାଇଛି। ତା'ଛଡ଼ା କରୋନାରେ ସୁସ୍ଥ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୦୨୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସାରା ଦେଶରେ ଏବେ ମୋଟ ୨୯,୦୧,୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୮,୦୧,୨୮୨ ଆକ୍ଟିସ୍ ମାମଲା ରହିଛି। ଯଦି ଆମେ କରୋନା ଭାଇରସ୍ ରିକଭରୀ କଥା କହିବା, ତାହେଲେ ଦେଶରେ ୭୬.୯୮ ପ୍ରତିଶତ ଲୋକେ ସୁସ୍ଥ ହୋଇଛନ୍ତି।

Advertisment

ଆଇସିଏମଆର୍ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ସାରା ଦେଶରେ ୧୦,୧୨,୩୬୭ ଜଣଙ୍କର ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ମୋଟ ୪,୪୩,୩୭,୨୦୧ ଲୋକଙ୍କର ସାମ୍ପୁଲ ଟେଷ୍ଟ କରାଯାଇଛି।

Advertisment
Advertisment