Advertisment

୮୧ ଦିନ ପରେ ଦେଶରେ ସବୁଠାରୁ କମ୍ ମୃତ୍ୟୁ : ୨୪ ଘଣ୍ଟାରେ ୪୫,୯୫୧ ନୂତନ ସଂକ୍ରମିତ ଚିହ୍ନଟ

ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ନୂଆଦିଲ୍ଲୀ :…

author-image
Prangyan Parimita
ଅଦ୍ୟତନ ହୋଇଛି
୮୧ ଦିନ ପରେ ଦେଶରେ ସବୁଠାରୁ କମ୍ ମୃତ୍ୟୁ : ୨୪ ଘଣ୍ଟାରେ ୪୫,୯୫୧ ନୂତନ ସଂକ୍ରମିତ ଚିହ୍ନଟ

corona

  • ଆଜି ମଧ୍ୟ ୫୦ ହଜାର ତଳେ ଦୈନିକ ସଂକ୍ରମଣ
  • ଗତ ୨୪ ଘଣ୍ଟାରେ ୪୫ ହଜାର ୯୫୧ କରୋନା ପଜିଟିଭ ଚିହ୍ନଟ
  • ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି
Advertisment

ନୂଆଦିଲ୍ଲୀ : ଦେଶରେ ତଳମୁହାଁ କରୋନା ସଂକ୍ରମଣ । ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଭାବ ବର୍ତ୍ତମାନ ଭାରତରେ ମଧ୍ୟ ଦେଖାଯାଉଛି । ଅନେକ ରାଜ୍ୟରେ କରୋନାର ନୂତନ ଭାରିଆଣ୍ଟ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାର ୯୫୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଗୋଟିଏ ଦିନରେ ୮୧୭ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ।  ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪ରେ ପହଞ୍ଚିଛି । ସେଥିରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩୭ ହଜାର ୬୪ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୨ କୋଟି ୯୪ ଲକ୍ଷ ୨୭ ହଜାର ୩୩୦ ଜଣ ।

ବୁଧବାର (୩୦ ଜୁନ୍ ୨୦୨୧) ସକାଳ ୮ ଟା  ସୁଦ୍ଧା ରିପୋର୍ଟ

  • ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ନୂତନ ମାମଲା – ୪୫,୯୫୧
  • ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା – ୬୦,୭୨୯
  • ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା -୮୧୭
  • ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା – ୩,୦୩,୬୨,୮୪୮
  • ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା – ୨,୯୪,୨୭,୩୩୦
  • ଦେଶରେ କରୋନାରେ ପ୍ରାଣ ହରାଇଥିବା ମୋଟ ଲୋକଙ୍କ ସଂଖ୍ୟା – ୩,୯୮,୪୫୪
  • ବର୍ତ୍ତମାନ ଭାରତରେ କରୋନାର ମୋଟ ସକ୍ରିୟ ମାମଲା – ୫,୩୭,୦୬୪
  •  ଦେଶରେ ସମୁଦାୟ ଟିକାକରଣ- ୩୩,୨୮,୫୪,୫୨୭
Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ କରୋନା ରୋଗୀଙ୍କ ସୁସ୍ଥ ହାର ବର୍ତ୍ତମାନ ୯୬.୯୨ ପ୍ରତିଶତ ରହିଛି । ଅର୍ଥାତ ପ୍ରାୟ ୯୭ ପ୍ରତିଶତ ପାଖାପାଖି ପହଞ୍ଚିଯାଇଛି ସୁସ୍ଥ ହାର ।

ଏହି ୪ଟି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

  • କେରଳ – ୧୩,୫୫୦ ସଂକ୍ରମିତ
  • ମହାରାଷ୍ଟ୍ର – ୮,୦୮୫ ସଂକ୍ରମିତ
  • ତାମିଲନାଡୁ – ୪,୫୧୨ସଂକ୍ରମିତ
  • ଆନ୍ଧ୍ରପ୍ରଦେଶ – ୩,୬୨୦ ସଂକ୍ରମିତ

Corona News India
Advertisment
Advertisment