/odishatv-khabar/media/post_attachments/uploadimage/library/16_9/16_9_0/coronaviru7s_1625280827.jpg)
coronaviru7s
ନୂଆଦିଲ୍ଲୀ: ଦେଶରେ ଅନଲକ୍-୫ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ଥମିବାର ନାଁ ନେଉନାହିଁ। ୨୪ ଘଣ୍ଟାରେ ଦେଶରେ ୮୬,୮୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ଦେଶର ମୋଟ ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ପାର୍ କରିଛି। ସେହିପରି ଦିନକରେ ୧୧ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି।
Advertisment
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩,୧୨,୫୮୫ ହୋଇଛି। ସେହିପରି ଗୋଟିଏ ଦିନରେ ୧୧୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୯୮,୬୭୮ ହୋଇଛି।
ଅନ୍ୟପଟେ ଦିନକରେ ୮୫,୩୭୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାକୁ ମିଶାଇ ଦେଶଅର ମୋଟ ସୁସ୍ଥ ସଂଖ୍ୟା ୫୨,୭୩,୨୦୨ ହୋଇଛି। ସେହିପରି ଏବେସୁଦ୍ଧା ୯,୪୦,୭୦୫ ଆକ୍ଟିଭ୍ କେସ୍ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)